ପରୀ ହତ୍ୟା ପଛର ଖଳନାୟକ କିଏ? ଏହି ରହସ୍ୟଜନକ ମୃତ୍ୟ ମାମଲାରୁ ପରଦା ଉଠାଇବାକୁ ଲାଗିପଡିଛି ଏସଆଇଟି

152

କନକ ବ୍ୟୁରୋ : ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ପଛରେ କିଏ, ଆଉ ମୃତ୍ୟୁର କାରଣ କ’ଣ, ଏହି ଦୁଇଟି ପ୍ରଶ୍ନର ଉତରକୁ ଏବେ ସାରା ଓଡ଼ିଶା ଅପେକ୍ଷା କରି ରହିଛି । ଆଉ ଏହି ରହସ୍ୟ ଉପରୁ ପଦା ହଟାଇବା ପାଇଁ ଉଦ୍ୟମ୍ ଜାରି ରଖିଛି ଏସ୍ଆଇଟି । ଖୋଦ୍ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଯାଂଚ୍ ଚାଲିଛି, ଚଢ଼ାଉ ହେଉଛି ।

ାଉ ଏହାରି ଭିତରେ ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଛି ଏସଆଇଟି ଟିମ୍ । ଘରେ ଯାଂଚ୍ କରିବା ସହ ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲା ଏସଆଇଟି । ଆଉ ଏହାରି ବିଜୟ ବେହେରା ଓ କାହ୍ନୁ ବେହେରାଙ୍କୁ ଉଠାଇ ନେଇ ଜେରା କରାଯାଇଛି ।

ପ୍ରଶ୍ନ ହେଉଛି-ନୟାଗଡ଼ ପୁଲିସ୍ କରୁଥିଲା କ’ଣ? କେମିତି ତଦନ୍ତର ପରିଚାଳନା କରୁଥିଲେ ନୟାଗଡ଼ ଏସ୍ପି? କୁନି ଝିଅର ମୃତ ଦେହ ଅଖାରେ ମିଳିଲା । ଘଟଣା କେତେ ସମ୍ବେଦନଶୀଳ । ସମ୍ବେଦନଶୀଳତାକୁ ବୁଝିବାରେ କାହିଁକି ବିଫଳ ହେଲେ ଏସ୍ପି? ପରୀ ମୃତ୍ୟୁ ଘଟଣାକୁ ୪ ମାସ ବିତି ଯାଇଥିଲେ ମଧ୍ୟ ନୟାଗଡ଼ ପୁଲିସ୍ର ଶୀଥିଳତା ଯୋଗୁଁ ମାମଲା ଏତେ ବାଟକୁ ଆଗେଇ ଗଲା ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ପୁରା ପ୍ରକ୍ରିୟା ଭିତରେ କାଠଗଡ଼ାକୁ ଚାଲି ଆସିଛି ନୟାଗଡ଼ ପୁଲିସ୍ । ଏବଂ ନୟାଗଡ଼ ଏସ୍ପି ।

ଏପଟେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି, ଯଦପୁର ଗାଁରେ ଘର ଘର ବୁଲି ଲୋକଙ୍କ ସହଯୋଗ ମାଗିଛି । ଟିମ୍ର ୫ ଜଣିଆ ସଦସ୍ୟ ଗାଁ ଲୋକଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ତଥ୍ୟ ପଚାରିବୁଝିଛନ୍ତି ।
ଆଉ ଏହାରି ଭିତରେ ପରୀ ମୃତ୍ୟୁ ଘଟଣାକୁ ନେଇ ଏସ୍ଆଇଟି ମୁଖ୍ୟ ରଖିଛନ୍ତି ବଡ଼ ବୟାନ । ଅରୁଣ ବୋଥ୍ରା କହିଛନ୍ତି- ଦୁଇ ସପ୍ତାହ ଭିତରେ ସବୁ ସ୍ପଷ୍ଟ ହୋଇଯିବ । ତଦନ୍ତ ଉପରେ ଲୋକଙ୍କ ଭରସା ରହିଛି ବୋଲି କହିଛନ୍ତି-ଏସ୍ଆଇଟି ମୁଖ୍ୟ ।

ଏସ୍ଆଇଟି ମୁଖ୍ୟଙ୍କ ଏହି ଦମ୍ଭୋକ୍ତି ବେଶ ଗୁରୁତ୍ୱ ରଖୁଛି କାରଣ ମାମଲାକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି । ଆଉ ଏପଟେ ନୟାଗଡ଼ ପୁଲିସର ଶୀଥିଳତା ପୁଲିସ୍ର କାର୍ଯ୍ୟା ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି ।