ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ଭଉଣୀ । ଟ୍ୱିଟ କରି ତୁରନ୍ତ ମାମଲାର ତଦନ୍ତ ପାଇଁ କଲେ ଅନୁରୋଧ, ଲେଖିଲେ ସତ ସହ ଛିଡା ହେବେ ପ୍ରଧାନମନ୍ତ୍ରୀ ମୋଦି

836

କନକ ବ୍ୟୁରୋ : ମୋଦିଙ୍କୁ ଟ୍ୱିଟ କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ । ସୁଶାନ୍ତ ମୃତ୍ୟୁ ମାମଲାର ତୁରନ୍ତ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ଭଉଣୀ ସ୍ୱେତା ସିଂ । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସତ ସହିତ ସବୁବେଳେ ଛିଡା ହୁଅନ୍ତି ବୋଲି ସେ ଟ୍ୱିଟ କରିଛନ୍ତି । ବଲିଉଡରେ ସୁଶାନ୍ତଙ୍କର କେହି ଗଡଫାଦର ନଥିଲେ । ଏବେ ମଧ୍ୟ ପରିବାରକୁ ସହାୟତା କରିବା ପାଇଁ କେହି ନଥିବା ସେ ଜଣାଇଛନ୍ତି । ତେଣୁ ମାମଲାରେ ପ୍ରମାଣ ଯେପରି ନଷ୍ଟ ନହୁଏ ଏବଂ ତଦନ୍ତ ଠିକ ବାଟରେ ହୁଏ ସେନେଇ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବେ ବୋଲି ସେ ଅନୁରୋଧ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢମାସ ପରେ ପ୍ରଥମଥର ଏହି ପୁରା ମାମଲା ଭିନ୍ନ ମୋଡ ନେଇଛି । କାରଣ ସୁଶାନ୍ତଙ୍କ ପ୍ରେମୀକା ରିୟା ଚକ୍ରବର୍ତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପରିବାର । ଏବେ ମାମଲାର ଯାଂଚ ମୁମ୍ବାଇ ପୋଲିସ ସହ ପାଟନା ପୋଲିସ ମଧ୍ୟ ଚଳାଇଛି । ଏହାରି ଭିତରେ ସାମ୍ନାକୁ ଆସି ରିୟା ଚକ୍ରବର୍ତୀ ମଧ୍ୟ ନିଜକୁ ନିର୍ଦ୍ଦୋଶ ବୋଲି ଦର୍ଶାଇଛନ୍ତି । ତେଣୁ ତଦନ୍ତ ଯେଭଳି ଦିଗହରା ନହୁଏ ଓ ସତ ପଦାକୁ ଆସେ ସେନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଚାହୁଁଛନ୍ତି ସୁଶାନ୍ତଙ୍କ ପରିବାର ସଦସ୍ୟ ।