ଅଧିକ ଡାଏଟିଂ କରୁଥିବା ମହିଳା ହୋଇଯାଆନ୍ତୁ ସାବଧାନ : ଓଜନ କମ କରିବା ଚକ୍କରରେ ଉପୁଜିପାରେ ଏହି ଶାରୀରିକ ସମସ୍ୟା

Advertisment
ଅଧିକ ଡାଏଟିଂ କରୁଥିବା ମହିଳା ହୋଇଯାଆନ୍ତୁ ସାବଧାନ : ଓଜନ କମ କରିବା ଚକ୍କରରେ ଉପୁଜିପାରେ ଏହି ଶାରୀରିକ ସମସ୍ୟା

source : Refinery29

ଯେଉଁ ମହିଳାମାନେ ଡାଏଟିଂ କରି ନିଜର ଓଜନ କମ୍ କରିବାକୁ ଚାହାଁନ୍ତି ବା ନିଜକୁ ଫିଟ ରଖିବାର ପ୍ରୟାସ କରନ୍ତି, ସେମାନଙ୍କଠାରେ କେତେକ ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ । ପ୍ରଥମତଃ ସେମାନଙ୍କର ହରମୋନ ସନ୍ତୁଳନ ଖରାପ ଆଡକୁ ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତତା ମଧ୍ୟ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ରୂପେ ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ ଉପୁଜିଥାଏ ।

publive-image

ଏଣୁ ଯେଉଁ ମହିଳାମାନେ ଡାଏଟିଂ କରୁଛନ୍ତି, ସେମାନେ ନିୟମିତ ରୂପେ ଆବଶ୍ୟକ ମାତ୍ରାରେ ଫ୍ୟାଟ ଖାଇବା ଦରକାର । ତା’ଛଡ଼ା ୩୦ ବା ୪୦ ମିନିଟରୁ ଅଧିକ ସମୟ ବ୍ୟାୟାମ କରିବା ଅନୁଚିତ ।ବ୍ୟାୟାମ ବା ଯୋଗାଭ୍ୟାସ କରି ଓଜନ ହ୍ରାସ କରିବା ଡାଏଟିଂ ଅପେକ୍ଷା ଭଲ ବୋଲି ଚିକିତ୍ସିକମାନେ ମତ ଦେଇଛନ୍ତି । କାରଣ ବ୍ୟାୟାମ ବା ଯୋଗାଭ୍ୟାସ ହେଉଛି ପ୍ରାକୃତିକ ପ୍ରକ୍ରିୟା । ଏହା ଦ୍ୱାରା ଶରୀର ସୁସ୍ଥ ରହେ। କିନ୍ତୁ ଡାଏଟିଂ କରିବା ଫଳରେ ଅନେକ ସମୟରେ ଶରୀର ରୋଗଗ୍ରସ୍ତ ହେବାର ଆଶଙ୍କା ରହିଛି। ସବୁଠୁ ବଡ଼ କଥା ହେଲା ଯେ ଡାଏଟିଂ ଦ୍ୱାରା ନିଜର ଭୋକ କମିଯାଏ। ଅପରପକ୍ଷରେ ବ୍ୟାୟାମ ବା ଯୋଗାଭ୍ୟାସ କରିଲେ କ୍ଷୁଧା ବଢ଼ିଥାଏ।

publive-image

ଆଉ ଏକ କଥା ହେଲା ଯେ ମଧୁମେହ ରୋଗୀମାନେ ଡାଏଟିଂ କରିବା ଅନୁଚିତ। ସେମାନେ ତାହା କଲେ ଶରୀରର କ୍ଷତି ହୋଇଥାଏ। ଯେଉଁମାନେ କ୍ଷମତା ବାହାରକୁ ଯାଇ ଡାଏଟିଂ କରନ୍ତି, ସେହି ମହିଳାମାନଙ୍କର ପ୍ରଜନନ କ୍ଷମତା ଅର୍ଥାତ ଗର୍ଭଧାରଣ କରିବାର କ୍ଷମତା ଉପରେ ଏହା କୁପ୍ରଭାବ ପକାଇଥାଏ । ଏମାନଙ୍କର ଋତୁସ୍ରାବଜନିତ ସମସ୍ୟା ମଧ୍ୟ ଉପୁଜି ଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe