ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ ।

51

କନକ ବ୍ୟୁରୋ : ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, କାମ ସରିଲେ ଆହୁରି ଭଲ ଦିଶିବ । ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ । ପୁରୁଣା ଫଟୋ ସହ ମ୍ୟାଚ କଲେ କଣ ଭାଙ୍ଗିଛି ଜଣାପଡିବ । ମନ୍ଦିର ପାଶ୍ୱର୍ କାର୍ଯ୍ୟ ପାଇଁ ଏସଆଇକୁ ଡକ୍ୟୁମେଣ୍ଟ ଯିବା ଦରକାର ଥିଲା । ଅନୁମତି ପାଇଁ କିଛି ନିର୍ଦ୍ଦେଶ ଆସିନି, ଆଲୋଚନା ଚାଲିଛି ।

ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାମ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି । ତେବେ ଶୁକଶାରୀ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ପୁରାତନ କିର୍ତ୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି । ପାରିପାଶ୍ୱକ ସ୍ଥିତିରୁ ଜଣାପଡୁଛି ମନ୍ଦିର ଭୂମି ତଳେ ଅନେକ ଐତିହାସିକ ଢାଞ୍ଚା ରହିଛି ତେଣୁ ଏହାର ପୁନରୁଦ୍ଧାର ଆବଶ୍ୟକ ।