ମାନବିକତାର ପରିଚୟ ଦେଲେ ପୋଲିସ ବାବୁ । ଶବକୁ କାନ୍ଧେଇ ପାହାଡ ତଳକୁ ଆଣିଲେ ଏସଆଇ ।

107

କନକ ବ୍ୟୁରୋ: କର୍ତ୍ତବ୍ୟନିଷ୍ଠ୍ୟ ଏବଂ ମାନବିକତାର ପରିଚୟ ଦେଇଛନ୍ତି ପୋଲିସ ଅଫିସର । ଏକ ହତ୍ୟା ମାମଲାରେ ଶବକୁ କାନ୍ଧ ଦେବାକୁ କେହି ନ ଥିବା ବେଳେ ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଶବକୁ କାନେ୍ଧଇ ପାହାଡ ତଳକୁ ଆଣିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରବିନ୍ଦ୍ରଙ୍କ କାର୍ଯ୍ୟକୁ ପ୍ରଂଶସା କରାଯାଇଛି । ଏକ ହତ୍ୟା ମାମଲାର ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ପରମପଙ୍ଗା ଗାଁକୁ ଯାଇଥିଲେ । ଘଟଣା ସ୍ଥଳରୁ ମାଟି ତଳୁ ଉଦ୍ଧାର ହୋଇଥିଲା ମୃତ ବ୍ୟକ୍ତିଙ୍କ ଗଳିତ ଶରୀର । ହେଲେ ପରିବାର ଲୋକ ଶବକୁ କାନ୍ଧ ଦେବାକୁ ମନା କରିଥିଲେ । ଶେଷରେ ଏସଆଇ ଶବକୁ କାନ୍ଧ ଦେଇ ପାହାଡ ଉପରୁ ତଳକୁ ଆଣିଥିଲେ । ପାଙ୍ଗୁରୁମିଲା ଗାଁର ଭୁସ୍କର ପୂଜାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ହତ୍ୟା କରି ସେଠାରେ ପୋତି ଦେଇଥିଲେ । ଏହି ଘଟଣାରେ ପୋଲିସ ଭୁସ୍କରଙ୍କୁ ଗିରଫ କରିଥିବା ବେଳେ ମାମଲା ଅଧିକ ତଦନ୍ତ ଜାରି ରହିଛି ।