କଟକରେ ବଢ଼ିଲା ସଟଡାଉନ ଅବଧି । ୧୦ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଟକଣାକୁ ବଢ଼ାଇଲା ସିଏମସି

184

କନକ ବ୍ୟୁରୋ : କଟକରେ ବଢ଼ିଲା ସଟଡାଉନ ଅବଧି । ୧୦ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛି ମହାନଗର ନିଗମ । ଏହି କଟକଣା ଆଜି ଶେଷ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଓ ପରିସ୍ଥିତିକୁ ଦେଖି ସଟଡାଉନ କଟକଣାକୁ ବଢ଼ା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ମଧ୍ୟ ସଟଡାଉନ କଟକଣା ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଅର୍ଥାତ କଟକରେ ଆସନ୍ତା ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କଟକଣା ରହିବ ।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ଦୋକାନଗୁଡିକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଅତି ଜରୁରି କାମ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ସେପଟେ ଗଞ୍ଜାମର ସବୁ ସହରାଂଚଳରେ ଜୁଲାଇ ୯ରୁ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । ସମସ୍ତ ସହର ସହ ବ୍ଲକ୍ ହେଡକ୍ୱାର୍ଟରରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଘରକୁ ଘରୁ ବୁଲି ସର୍ଭେ କରିବେ ଟିମ୍ ।