କନକ ବ୍ୟୁରୋ: ଦୂର୍ଗା ମୂର୍ତ୍ତିର ଉଚ୍ଚତା ନ ବଢିବା ନେଇ ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ନ ବଢିବା ଅର୍ଥ ପୂଜାରେ ବିଘ୍ନ ହେବା । କଟକ ଶାନ୍ତି କମିଟି ବୈଠକରେ ଏପରି କହି ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ । ମହାରାଷ୍ଟ୍ର ଓ କୋଲକାତାରେ ମୂର୍ତ୍ତିର ଉଚ୍ଚତା କମ୍ ହୋଇନଥିବା କହି ଉଦାହରଣ ଦେଇଛନ୍ତି ସାଂସଦ । ତେଣୁ କଟକଣା କୋହଳ ପାଇଁ ସରକାରଙ୍କୁ ପୁଣି ନିବେଦନ କରାଯାଉ ବୋଲି ସାଂସଦ କହିଛନ୍ତି ।
ନିକଟରେ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ । ଏହାପରେ ଗତକାଲି ଏସଆରସି ପକ୍ଷରୁ କୁହାଯାଇଥିଲା କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ପାର୍ବଣ ପାଇଁ କୌଣସି କଟକଣାରେ କୋହଳ କରିବେ ନାହିଁ । ତେଣୁ ଅଗଷ୍ଟ ୯ରେ ସରକାର ଜାରି କରିଥିବା ଗାଇଡଲାଇନ ବଳବତ୍ତର ରଖିଛନ୍ତି ।
ଅନ୍ୟପଟେ ଆଜି କଟକରେ ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ ବସିଥିବା କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ଦେଖାଦେଇଛି । ବୈଠକରେ ପ୍ରବଳ ହୋ ହଲ୍ଲା ଓ ନାରାବାଜୀ ହୋଇଛି । ମୂର୍ତ୍ତି ଉଚ୍ଚତା ନ ବଢିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୂଜା କମିଟିର କିଛି କର୍ମକର୍ତ୍ତା ଏଭଳି ହୋ ହଲ୍ଲା କରିଛନ୍ତି । ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହୋ ହଲ୍ଲା କରୁଥିବା କର୍ମକର୍ତ୍ତାଙ୍କୁ ସଭାସ୍ଥଳ ବାହାରକୁ ନିଆଯିବା ପରେ ପରିସ୍ଥିତି ଶାନ୍ତ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/mahtab.jpg)