ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ସବୁ ରବିବାର ବି ବନ୍ଦ ରହିବ ଜଗା ଦର୍ଶନ

267

କନକ ବ୍ୟୁରୋ: ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ମଧ୍ୟ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ ଦଶହରା ପାଇଁ ୧୫ ତାରିଖ ଦିନ ବନ୍ଦ ରହିବ ଦର୍ଶନ । ୨୦ ତାରିଖ ଦିନ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବର ମାସର ସମସ୍ତ ରବିବାର ସମେତ ଦୀପାବଳି, କାର୍ତ୍ତିକ ବଡ଼ ଏକାଦଶୀ, କାର୍ତ୍ତିକ ପୁର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ ।

ଅନ୍ୟପଟେ ଆନନ୍ଦବଜାରରୁ କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ମହାପ୍ରସାଦ ପାଇପାରିବେ ସେନେଇ ଗୁରୁତ୍ୱ ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । କୋଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ପକ୍ଷରୁ କରାଯାଉଥିବା ହବିଷିଆଳି ଯୋଜନା ଚଳିତ ବର୍ଷ ବନ୍ଦ ରହିବ ।  କରୋନା ମହାମାରୀ ସମୟରେ ପୁରୀକୁ ନଆସିବା ପାଇଁ ଅନୁରୋଧ କରାଯାଇଛି । ଅନ୍ୟପଟେ କୁମାର ପୂର୍ଣ୍ଣିମାରୁ ସେବାୟତ ମାନେ ପାରମ୍ପାରିକ ବେଶରେ ଭିତର କାଠର ଗର୍ଭଗୃହକୁ ଯାଇପାରିବେ ।