ଦିଲ୍ଲୀରେ ୨ ଘଂଟା ପାଇଁ ବାଣକୁ ଅନୁମତି : ଦୀପାବଳି, ଛଟପୂଜା, ବଡ଼ ଦିନକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ବାଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶରେ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହମତି

742

କନକ ବ୍ୟୁରୋ : ଦିଲ୍ଲୀରେ ୨ ଘଂଟା ପାଇଁ ବାଣକୁ ଅନୁମତି । ଦୀପାବଳି, ଛଟପୂଜା, ବଡ଼ ଦିନକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ବାଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶରେ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସହମତି ପ୍ରକାଶ କରିଛନ୍ତି । ତେଲେଙ୍ଗାନା ବାଣ ବ୍ୟବସାୟୀ ସଂଘ ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

ପୂର୍ବରୁ ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଟ୍ରିବ୍ୟୁନାଲ ।  ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ କୁହାଯାଇଥିଲା । କିନ୍ତୁ ଏଥିରେ ସାମାନ୍ୟ କୋହଳ କରାଯାଇଛି । ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ ।

ଏହିସବୁ ସ୍ଥାନରେ କେବଳ ଦୁଇଘଂଟା ପାଇଁ ବାଣ ଫୁଟାିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁତିବାରୁ ,ଭଳି ନିଷ୍ପତି ନିଆଯାଇଥିବା କହିଛି ଏନଜିଟି । ପୂର୍ବରୁ ବାଣ ଫୁଟାଇବା ଉପରେ  ଦିଲ୍ଲୀ ସରକାର ପ୍ରତିବନ୍ଧକ ଜାରି କରିସାରିଛନ୍ତି । କିନ୍ତୁ ପଡୋଶୀ ହରିୟାଣା ଓ ଉତରପ୍ରଦେଶରେ ବାଣ ଉପରେ ପ୍ରତିବନ୍ଧକ  ଲଗାଯାଇନି ।