୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ ଜୋତା ଭଳି ହେଲେ ଏତେ ଦାମ୍ କାହିଁକି? ଦେଖନ୍ତୁ କ’ଣ ରହିଛି ଦାମୀ ଜୋତା ପଛର ଗୁମର

540

କନକ ବ୍ୟୁରୋ : ଜୋତାର ଦାମ ୪ କୋଟି ୬୦ ଲକ୍ଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ ତଥାପି ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଜୋତାର ମୂଲ୍ୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି । କାରଣ ଏମିତି ଏ ଜୋତାରେ କଣ ଅଛି ଯେ? ଏହାର ମୂଲ୍ୟ ଲକ୍ଷ ନୁହେଁ ବରଂ କୋଟିରେ ପହଂଚିଛି । ଏଇଠି ଆପଣ କହିପାରିନ୍ତି ସୁନା କିମ୍ବା ରୂପାରେ ବୋଧୁଏ ତିଆରି ହୋଇଛି ଜୋତା । କିନ୍ତୁ ନାଁ ଏହା ଆପଣ ପିନ୍ଧୁଥିବା ସାଧାରଣ ଜୋତା ଭଳି । କିନ୍ତୁ ଏହି ଜୋତାର ଏତେ ଗୁରୁତ୍ୱ ରହିଛି ଯେ, ଏହାର ମୂଲ୍ୟକୁ ନେଇ ଏବେ ବିଶ୍ୱରେ ଚର୍ଚ୍ଚା ଚାଲିଛି ।

ହୋସ ଉଡାଇ ଦେଲା ଜୋତାର ଦାମ
ହଳିଏ ଜୋତାକୁ ୪ କୋଟି

ରେକର୍ଡ ଭାଙ୍ଗିଲା ଜୋତା ଦାମ
ଚର୍ଚ୍ଚାରେ ମାଇକେଲ ଜୋଡନ

୬ ଲକ୍ଷ ୧୫ ହଜାର ଡଲାରରେ ଏହି ଜୋତା ନିଲାମ ହୋଇଥିବା କଥା ବି ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜୋତାର ନିଲାମୀ ପାଖାପାଖି ୪ କୋଟି ୬୦ ଲକ୍ଷ ଟଙ୍କାରେ ପହଂଚିଛି । ସ୍ପେଶାଲ ଜୋତା ଜଣେ ଖେଳାଳୀଙ୍କ ବୋଲି ଜଣାଯାଇଛି । ଥରେ ଏହି ଜୋତାକୁ ଭଲ ଭାବରେ ଦେଖନ୍ତୁ । ଦେଖିବାକୁ ଆକର୍ଷଣୀୟ ଯେତିକି ଲାଗୁଛି ତାହାର ଦାମ ଶୁଣିବା ପରେ ନିଶ୍ଚିତ ଭାବରେ ଚକିତ କରୁଛି । ୧୯୮୫ ମସିହାରେ ଏକ ପ୍ରଦର୍ଶନୀ ମ୍ୟାଚରେ ଖେଳାଳୀ ଜଣକ ଏହାକୁ ପିନ୍ଧି ମ୍ୟାଚ ଖେଳିଥିଲେ । ସୋସିଆଲ ମିଡିଆରେ ଜୋତାର ଭିଡିଓ ଭାଇରାଲ ପରେ ଦାମ ସମ୍ପର୍କରେ ସମସ୍ତେ ଅବଗତ ହୋଇଥିଲେ ।

ତେବେ ଏବେ ଚର୍ଚ୍ଚାରେ ଥିବା ଖେଳାଳୀଙ୍କ ନାଁ ମାଇକେଲ ଜୋଡନ । ଜୋଡନ ଆମେରିକାର ବାସ୍କେଟ୍ ବଲ ଖେଳାଳୀ । ସେ ଖେଳ ପାଇଁ ଚର୍ଚ୍ଚାରେ ରହିବା ସହ ନିଜର ଦାମିକିୟା ଯୋତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଖେଳିବା ସମୟର ବର୍ତମାନ ସୁଦ୍ଧା ପ୍ରାୟ ୯ ହଳ ଯୋତା ନିଲାମ କରିସାରିଛନ୍ତିା କିନ୍ତୁ ବର୍ତମାନ ସମୟରେ ନିଲାମ ହେବାକୁ ଥିବା ଜୋତାର ମୂଲ୍ୟାକୁ ନେଇ ଜୋଡନ ବେଶ ଚର୍ଚ୍ଚାରେ ଅଛନ୍ତି । ଜୋତାର ଦାମ ୪ କୋଟି ୬୦ ଲକ୍ଷ ହେବ ବୋଲି ହୁଏତ କେହି ବିଶ୍ୱାସ କରିପାରୁନଥିବେ କିନ୍ତୁ ଏହା ସତ । ସୋସିଆଲ ମିଡିଆରେ ଜୋତାର ଭିଡିଓକୁ ଅନେକାଂଶରେ ଲୋକମାନେ ଦେଖୁଥିବା ସହ ଲାଇକ, କଂମେଟ ଓ ସେୟାର ସଂଖ୍ୟା ବି ବଢିବାରେ ଲାଗିଛି ।