ଜବତ ହେଲା ଜାହାଜ । ଗତବର୍ଷ ନଭେମ୍ବରରେ ପାରାଦୀପରେ ଜାହାଜରୁ କୋକେନ ମିଳିବା ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାହାଜ ଜବତ ।

204

କନକ ବ୍ୟୁରୋ: କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗିରଫ ହେଲା ଜାହାଜ । ହଁ ଆପଣ ଠିକ୍ ଶୁଣିଛନ୍ତି । ପାରାଦୀପରେ ଏକ ଜାହାଜକୁ ଗିରଫ କରାଯାଇଛନ୍ତି । ଗତବର୍ଷ ନଭେମ୍ବରରେ ପାରାଦୀପରେ ଏକ ଜାହାଜରେ କୋକିନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । ସେବେଠାରୁ ଏହି ଜାହାଜଟି ପାରାଦୀପ ବନ୍ଦରରେ ଅଟକି ରହିଛି । ତେବେ ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ବନ୍ଦର ପରିଚାଳନା କର୍ତ୍ତୃପକ୍ଷ । ଜାହାଜଟି ଅଟକି ରହିଥିବାରୁ କ୍ଷତି ହେଉଥିବା ଦର୍ଶାଇ କୋର୍ଟରେ ମାମଲା ଦାୟର କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସମ୍ପୃକ୍ତ ଜାହାଜକୁ ଗିରଫ କରିବାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।