୧୮ ଅଗଷ୍ଟରୁ ୨୧ ସେପ୍ଟେମ୍ବର: ସୌମ୍ୟରଂଜନଙ୍କ ସଂପାଦକୀୟ ପରେ ପ୍ରତିଶୋଧର ରକ୍ତ ଚାଉଳ ଚୋବାଉଛନ୍ତି ଛାୟା ସରକାର

184

କନକ ବ୍ୟୁରୋ: ବୋଧହୁଏ ଭାରତ ଇତିହାସରେ ଏଭଳି ଚିତ୍ର କେବେ ଦେଖିବାକୁ ମିଳି ନଥିବ । ଯେତେବେଳେ ଜଣେ ସଚିବଙ୍କୁ କୌଣସି ସମ୍ପାଦକୀୟ ଆଲେଖ୍ୟରେ ପ୍ରଶ୍ନ ହୋଇଥିବ ଆଉ ସେଥିପାଇଁ ସେହି ଗଣମାଧ୍ୟମର କଣ୍ଠରୋଧ ପାଇଁ ପୁରା ଶାସନ ବ୍ୟବସ୍ଥା ଲାଗି ପଡିଥିବ । କିନ୍ତୁ, ଓଡିଶାର ବିଚିତ୍ର ଶାସନ ବ୍ୟବସ୍ଥାକୁ ନେଇ ସୌମ୍ୟରଂଜନ ପଟ୍ଟନାୟକ ଆଲେଖ୍ୟରେ ପ୍ରଶ୍ନ ଉଠାଇବା ପରେ ତାହାହିଁ ହୋଇଛି ।

ଅଗଷ୍ଟ ୧୮, ୨୦୨୩ – ସମ୍ବାଦ ପଚାରିଥିଲା ପ୍ରଶ୍ନ । ଯେେତେବେଳେ ସରକାର ଅବାଟରେ ଯାଇଥିଲା, ସେତେବେଳେ ସମ୍ବାଦ ଉଠାଇଥିଲା ପ୍ରଶ୍ନ । ଗଣମାଧ୍ୟମର ବ୍ୟକ୍ତି ହିସାବରେ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ପକ୍ଷଧର ହୋଇ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଜନ୍ମଦିନରେ ଲେଖିଥିଲେ ସମ୍ପାଦକୀୟ । ଏଥିରେ ‘ପାର୍ଟି ବଡ କି ମାଟି ବଡ’ ‘ମନ୍ତ୍ରୀ ବଡ କି ସଚିବ ବଡ’ କଥା କହି ରାଜ୍ୟରେ ଚାଲିଥିବା ବିଚିତ୍ର ଶାସନ ବ୍ୟବସ୍ଥାର ପର୍ଦ୍ଦାଫାସ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଯାହା ଶାସକ ବିଜେଡିକୁ ହଜମ ହୋଇନଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ପ୍ରତିଶୋଧର ଷଡଯନ୍ତ୍ର ।

ଅଗଷ୍ଟ ୨୭, ୨୦୨୩ – ଏହି ଦିନ ଆଉ ଏକ ଆଲେଖ୍ୟ ଲେଖିଥିଲେ ସୌମ୍ୟରଞ୍ଜନ । ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରରେ ଚାଲିଥିବା କାର୍ଯ୍ୟଶୈଳୀକୁ ସାମ୍ନାକୁ ଆଣିଥିଲେ । ନିଜର ସମ୍ପାଦକୀୟ ଆମ ଘରର ହାଲଚାଲର ଶୀର୍ଷକ ଥିଲା ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା । ରାଜ୍ୟର ଶାସନ ବ୍ୟବସ୍ଥାରେ ଯାହା ଚାଲିଛି ତାର ପ୍ରତିଫଳନ ଥିଲା ଏହି ସମ୍ପାଦକୀୟ । କିନ୍ତୁ ସତ ଯେ କିଛି ଲୋକଙ୍କ ହଜମ ହୁଏ ନାହିଁ ତାର ପ୍ରତିଫଳନ ଧୀରେ ଧିରେ ଦେଖିବାକୁ ମିଳିଥିଲା । ପ୍ରତିଶୋଧ ପରାୟଣ ହୋଇଥିଲା ବିଜେଡି । ଆଉ ତା ପରେ ଯାହା ହେଲା ତା ଆପଣଙ୍କ ଆଖି ସାମ୍ନାରେ ଅଛି ।

ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତର ତ ଦେଲେନି । ବରଂ ସମ୍ବାଦ ବିରୋଧରେ ଆରମ୍ଭ ହୋଇଗଲା ହୀନ ଚକ୍ରାନ୍ତ । ବନ୍ଦ କରାଗଲା ସରକାରୀ ବିଜ୍ଞାପନ । ସରକାର ନିଜ ଯୋଜନାର ପ୍ରସାର ପାଇଁ ଖବରକାଗଜରେ ବିଜ୍ଞାପନ ଦିଅନ୍ତି । ରାଜ୍ୟର ସବୁଠାରୁ ଲୋକପ୍ରିୟ ଓ ଏକନମ୍ବର ଖବରକାଗଜ ଭାବରେ ସମ୍ବାଦ ହିଁ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପଂହଚିବାର କ୍ଷମତା ରଖିଥାଏ । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ସରକାରୀ ବିଜ୍ଞାପନକୁ ବନ୍ଦ କରାଯାଇ ଭୟ ଦେଖାଇବାକୁ ଉଦ୍ୟମ କରଗଲା । କିନ୍ତୁ ଏକ ନିରପେକ୍ଷ ଓ ଲୋକଙ୍କ ଖବରକାଗଜ ଭାବେ ସମ୍ବାଦ ଆଗକୁ ବଢିଲା । ଏହା ପରେ ସଂସ୍ଥା ଉପରେ ରାଗ ସୁଝାଇବା ପାଇଁ ଆରମ୍ଭ ହେଲା ଯୋଜନାବଦ୍ଧ ଷଡଯନ୍ତ୍ର ।

୧୨ ସେପେଟମ୍ବର – ସଚିବ ବଡ ନା ମନ୍ତ୍ରୀ/ ବିଧାୟକ ବଡ? ସୌମ୍ୟରଞ୍ଜନ ପଟ୍ଟନାୟକ କିଛି ଏଭଳି ପ୍ରଶ୍ନ ପଚାରିଥିଲେ । ଆଉ ଏହା ପରେ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ କାଢି ବିଜେଡ ଦର୍ଶାଇଦେଇଥିଲା ସଚିବ ହିଁ ବଡ । ଦାୟିତ୍ୱରୁ ଅନ୍ତର ନେଇ ଧାଡିକିଆ ନିର୍ଦ୍ଦେଶନାମାରେ ଲେଖାଯାଇନଥିଲା ଦାୟିତ୍ୱରୁ ଅନ୍ତର କରିବା ପଛର କାରଣ କଣ । ବିଜେଡିରେ ଗଣତନ୍ତ୍ର ନାହିଁ ବୋଲି ଏହି ନିର୍ଦ୍ଦେଶନାମା ସ୍ପଷ୍ଟ ଦର୍ଶାଇଥିଲା । ସଭାପତିଙ୍କ ଦସ୍ତଖତ ଅସଲି ନା ନକଲି ସେ ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।

ମିଛ ମାମଲା କରି ଫସାଇବାକୁ ଉଦ୍ୟମ
କଣ୍ଠରୋଧ ପାଇଁ ଚାପ କୌଶଳ
ନବୀନ ସରକରାଙ୍କ ସପକ୍ଷରେ ଥିବା ଜନମତକୁ ଅପବ୍ୟବହାର କରି ପ୍ରତିଶୋଧପରାୟଣ ହୋଇଗଲେ ଛାୟା ସରକାର । ସମ୍ପାଦକୀୟ ମାଧ୍ୟମରେ ଏଭଳି ବ୍ୟବସ୍ଥା ଉପରେ ସୌମ୍ୟରଂଜନଙ୍କ କୁଠାରଘାତ ପରେ ଉତକ୍ଷିପ୍ତ ହୋଇଥିଲେ ପଡିଥିଲେ ପାଣ୍ଡିଆନ ଓ ସହଯୋଗୀ । ସମ୍ବାଦ ଓ ସୌମ୍ୟରଂଜନଙ୍କ ଉପରେ ଦାଉ ସାଧିବା ଲାଗି ଚାପ ପକାଇ ପୂ ର୍ବତନ କର୍ମଚାରୀଙ୍କ ଜରିଆରେ କ୍ରାଇମବ୍ରାଂଚର ଇଓଡବ୍ଲୁରେ ମାମଲା କରାଯାଇଛି । ଯେଉଁ କର୍ମଚାରୀମାନେ ବର୍ଷ ବର୍ଷ ଧରି ସମ୍ବାଦରେ ଚାକିରୀ କରିଥିଲେ ଓ ସବୁପ୍ରକାର ସୁବିଧା ପାଉଥିଲେ ସେମାନେ ଆଜି ପ୍ରଲୋଭନର ଶିକାର ହୋଇ ମିଛ ମାମଲା କରିଛନ୍ତି । ଆଜି ଏହି ମିଛ ମାମଲାରେ ଚାରିଦିନ ହେଲା ଇଓଡବ୍ଲୁ ସମ୍ବାଦ ଅଫିସର ଛାନଭିନ କରୁଛି । ସମ୍ବାଦ ଓ ସୌମ୍ୟରଂଜନଙ୍କ କଣ୍ଠରୋଧ ପାଇଁ ଯେଉଁ କଳ, ବଳ ଓ କୌଶଳ ଲଗାଯାଇଛି ତାହାକୁ କେତେ ବରଦାସ୍ତ କରିବେ ଜନତା ।