ବାରିକ ସମାଜର ସେବା ମନବୃତି: ପ୍ରତିମାସରେ ମାଗଣାରେ ଜରାଶ୍ରମରେ ଅନ୍ତେବାସୀଙ୍କୁ ଯୋଗାଉଛନ୍ତି ସେବା

127

କନକ ବ୍ୟୁରୋ: ଜରାଶ୍ରମ ଯାଇ ମାଗଣାରେ ଅନ୍ତେବାସୀଙ୍କ ଚୁଟି, ଦାଢି କାଟି ମାନବିକତାର ପରିଚୟ ଦେଇଛନ୍ତି ବାରିକ ସମାଜ । କୌଳିକ ବୃତ୍ଥିରୁ ସମୟ ବାହାର କରି ଜରାଶ୍ରମରେ ଅନ୍ତେବାସୀଙ୍କ ସେବା କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଜୋନ-୨ର ବାରିକ ସମାଜ ।

ଅନ୍ୟର ଚୁଟି, ଦାଢି କାଟିଲେ ପରିବାର ଚଳେ । ପିଢି ପରେ ପିଢି କୌଳିକ ବୃତିକୁ ଆଦରି ନେଇଛନ୍ତି ବାରିକ ପରିବାର । ହେଲେ ଏଠି ପଇସା ପାଇଁ ନୁହେଁ, ସେବା ମନବୃତି ନେଇ ବୟସ୍କ ବ୍ୟକ୍ତିଙ୍କ ଦାଢି, ଚୁଟି କାଟୁଛନ୍ତି ଏମାନେ । ଦୀର୍ଘ ମାସ ହେଲା ଜରାନିବାସ ଯାଇ ଚୁଟି, ନଖ ଓ ଦାଢି କାଟୁଛନ୍ତି ବାରିକ ଭାଇମାନେ । ସମ୍ବଲପୁର ମାନେଶ୍ୱର ବ୍ଲକ ହୁମାସ୍ଥିତ ବୀର ସୁରେନ୍ଦ୍ର ସାଏ ଜରାନିବାସରୁ ଆସିଛି ଏଇ ମାନବିକତାର ଦୃଶ୍ୟ ।

ମାନେଶ୍ୱର ବ୍ଲକର ୮ଟି ପଂଚାୟତକୁ ନେଇ ଗଠିତ ବାରିକ ସମାଜ ଏହି ମହତ କାଯ୍ୟ କରି ଆସୁଛି । ସବୁ ମାସର ଶେଷ ଗୁରୁବାର ବାରିକ ଭାଇମାନେ ଆସି ମାଗଣାରେ ଚୁଟି କାଟୁଛନ୍ତି । ଗୋଟିଏ ପାଳିରେ ଗୋଟିଏ ପଂଚାୟତର ଦାୟିତ୍ୱ ରହିଛି । ଦରକାର ପଡିଲେ ଅନ୍ୟ ପଂଚାୟତର ବାରିକ ଭାଇମାନେ ସହଯୋଗ କରୁଛନ୍ତି ।