କନକ ବ୍ୟୁରୋ : ଆଜିଠାରୁ କଟକରେ ସେରୋ ସର୍ଭେ ଆରମ୍ଭ ହେବ । ଏଥିପାଇଁ ସିଏମସି ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କଟକର ୨୫ଟି ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ୱାର୍ଡରୁ ୭୦ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ସର୍ଭେ କରାଯିବ । ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁକୁ ଗୋପନୀୟ ରଖାଯିବ । ଏହି ସର୍ଭେ ୫ ତାରିଖ ଯାଏଁ ଚାଲିବ ।

Advertisment

ସିଏମସି ପକ୍ଷରୁ ଗଠନ କରାଯାଇଥିବା ଟିମରେ ସ୍ୱାସ୍ଥ୍ୟକର୍ମୀ, ସାନିଟାରୀ ଟିମ,  ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ସେରୋ ସର୍ଭେ ଦ୍ୱାରା ରୋଗ  ପ୍ରତିଷେଧକ ଶକ୍ତି କେତେ ବଢିଥାଏ ତାହା ଜଣାପଡିଥାଏ । ପୂର୍ବରୁ  ଭୁବନେଶ୍ୱରରେ ସେରୋ ସର୍ଭେ କରାଯାଇଥିଲା । ଏଥିରେ ସହରରେ ୫୦ ପ୍ରତିଶତ ଲୋକଙ୍କ  ଦେହରେ ଆଂଟିବଡି ଥିବା ଦେଖାଯାଇଥିଲା ।