ସୋରରେ ମନ୍ଦିରରୁ ହେଉଛି ସିିରିଜ୍ ଲୁଟ୍ । ଦୁଇଟି ମନ୍ଦିର ଦାନବାକ୍ସରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା, ଅଳଙ୍କାର ।

Advertisment
ସୋରରେ ମନ୍ଦିରରୁ ହେଉଛି ସିିରିଜ୍ ଲୁଟ୍ । ଦୁଇଟି ମନ୍ଦିର ଦାନବାକ୍ସରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା, ଅଳଙ୍କାର ।

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ମନ୍ଦିରରୁ ପୁଣି ଲୁଟ୍ । ଗତ ରାତିରେ ସୋର ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ପୁଣି ଚୋରି ହୋଇଛି । ସିମୁଳିଆ ତ୍ରିଲୋଚନେଶ୍ୱର ଓ ଅସିମିଳାରେ ବାବା ନିଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୯ଟି ସୁନା କଲରା, ରୂପା କଠଉ, ରୂପା ତ୍ରିଶୂଳ, ରୂପା ଡମ୍ପରୁ, ରୂପା ଷ୍ଟାଣ୍ଡ ଆଦି ଚୋରି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।

ଗତ କିଛି ଦିନ ମଧ୍ୟରେ ଜିଲ୍ଲାର ୧୦ରୁ ଅଧିକ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ନୀଳଗିରିର ପ୍ରସିଦ୍ଧ ଶୈବ ପୀଠ ପଂଚଲିଙ୍ଗେଶ୍ୱର ମନ୍ଦିରର ଦାନ ହୁଣ୍ଡି ଚୋରି ହୋଇଥିଲା । ହେଲେ ଏଯାଏଁ କୌଣସି ଲୁଟେରାଙ୍କ ଟେର ପାଉନି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe