ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ମାର୍ଚ୍ଚ ୧୬ରୁ ଆରମ୍ଭ ହେବ ସେମିଷ୍ଟାର ପରୀକ୍ଷା ।

940

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । ଏହାସହ ମାର୍ଚ୍ଚ ୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ହେବ ପାଠପଢା । ୧୬ରୁ ୩୧ ଜୁନ ଯାଏଁ ଚାଲିବ ଫାଇନାଲ ସେମିଷ୍ଟାର ପରୀକ୍ଷା । ଏହାପରେ ଜୁଲାଇ ୧୫ରୁ ବାହାରିବ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ।

ରାଜ୍ୟରେ ଜାନୁଆରୀ ୧୧ରୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବ ।

ସେହିପରି ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଛି । ଏଣିକି ଦୀର୍ଘଦିନ ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । ଏହାସହ କୋଭିଡ ଗାଇଡଲାଇନ ମଦ୍ୟ ପାଳନ କରାଯିବ ।