କନକ ବ୍ୟୁରୋ : ନିମାପଡ଼ାରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ପେପର ପ୍ଲେଟ୍ ଓ ପେପର ଗିନା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚକ ବଳଙ୍ଗା ଗାଁରେ ୨୦ ଜଣ ମହିଳା ଏକାଠି ହୋଇ ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଦିବ୍ୟଜ୍ୟୋତି ଉତ୍ପାଦକ ଗୋଷ୍ଠୀ ଗଠନ କରି ପେପର ପ୍ଲେଟ୍ ଓ ଗିନା ଉତ୍ପାଦନ ୟୁନିଟ୍ ବସାଇଛନ୍ତି । ସ୍ଥାନୀୟ ବଜାରରେ ଏହାର ଚାହିଦା ଅଧିକ ରହୁଥିବାରୁ ମହିଳା ମାନେ ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି ।
ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ପରିବାର ଚଳାଇବା ପାଇଁ ମହିଳା ମାନେ ଏପରି ଏକ ସୁନ୍ଦର ଉଦ୍ୟମ ଆରମ୍ଭ କରିଥିଲେ । ନିଜେ ରୋଜଗାର କରିବା ସହ ସ୍ଥାନୀୟ ଅଂଚଳର କିଛି କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛି ଏହି ଗ୍ରୁପ୍ ।
କଠିନ ପରିଶ୍ରମ ଓ ସଠିକ ଅର୍ଥ ବିନିଯୋଗରେ ସଫଳତା ହାସଲ କରିହେବ ବୋଲି ପ୍ରମାଣ କରି ଦେଖାଇଛନ୍ତି ‘ଦିବ୍ୟଜ୍ୟୋତି ଉତ୍ପାଦକ ଗୋଷ୍ଠୀ’ର ସଦସ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Screen-Shot-2022-10-09-at-7.44.29-PM.png)