ନୂଆ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ଆଗାମୀ ୨ବର୍ଷ ଯାଏଁ ନୂଆ କର୍ମଚାରୀଙ୍କ ପିଏଫ୍ ଦେବ କେନ୍ଦ୍ର; ପିଏଫର୍ ସମ୍ପୂର୍ଣ୍ଣ ୨୪ % ସବସିଡି ରୂପେ ଦେବେ

ସୀତାରମଣ କହିଲେ, ଦେଶରେ ସୁଧରୁଛି ଆର୍ଥିକ ସ୍ଥିତି

1,178

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିଛନ୍ତି । ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି । କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘୋଷଣା ହୋଇଛି । ନୂଆ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା କରିଛନ୍ତି । ଆଗାମୀ ୨ବର୍ଷ ଯାଏଁ ନୂଆ କର୍ମଚାରୀଙ୍କ ପିଏଫ୍ କେନ୍ଦ୍ର ଦେବ । ପିଏଫର୍ ସମ୍ପୂର୍ଣ୍ଣ ୨୪ % ସବସିଡି ରୂପେ ଦେବେ । ଏହା ୧ ଅକ୍ଟୋବର ୨୦୨୦ରୁ ଲାଗୁ କରିବାକୁ ନିଷ୍ପତ୍ତି । ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ ନୂଆ ଚାକିରିଆଙ୍କୁ ମିଳିବ ପିଏଫ୍ । ନୂଆ କର୍ମଚାରୀଙ୍କ ୧୨% ପିଏଫ୍ ଦେବେ ସରକାର । ସରକରାଙ୍କ ଏ ନିଷ୍ପତ୍ତିରେ ପ୍ରାୟ ୯୫% ସଂସ୍ଥାର କର୍ମଚାରୀ ଲାଭ ପାଇବେ ।

ଆଜି ଏହା ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ନିବେଶରେ ବି ଭଲ ପ୍ରଗତି ହୋଇଛି । ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିଜ ବି ଦର୍ଶାଇଛି ଯେ, ଦେଶର ଜିଡିପିରେ ସୁଧାର ଆସିଛି । ବିଦେଶୀ ମୁଦ୍ର ଭଣ୍ଡାରରେ ବି ଭଲ ବୃଦ୍ଧି ଘଟିଛି । ବ୍ୟାଙ୍କ ଗୁଡିକର କ୍ରେଡିଟ ଗ୍ରୋଥ ବି ବଢିଛି ବୋଲି ସୀତାରମଣ କହିଛନ୍ତି ।