କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ ଟେଷ୍ଟ କ୍ୟାପଟେନ? ଚୟନକାରୀ ଟିମ କରିବେ ନାଁ ସୁପାରିଶ

202

କନକ ବ୍ୟୁରୋ: ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକ କିଏ ହେବେ, ତାହା ଚୟନକାରୀ କମିଟି ସ୍ଥିର କରିବ। ଏପର୍ୟ୍ୟନ୍ତ କାହାରି ନାଁ ବିଷୟରେ ଆଲୋଚନା ହୋଇନାହିଁ ‌ବୋଲି ‘ବିସିସିଆଇ’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ଶ୍ରୀଲଙ୍କା ବିରୋଧରେ ଭାରତରେ ହିଁ ଆୟୋଜନ କରାଯିବ। ‘ବିସିସିଆଇ’ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ଉପଅଧିକାୟକ ଭାବେ ମନୋନୀତ କରାଯାଇଛି।

ଟେଷ୍ଟ୍‌ କ୍ରିକେଟରେ କୋହଲିଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ୍‌ଙ୍କୁ ନିଆଯିବ କି, ବୋଲି ପଚରା ଯିବାରୁ ସେ କହିଲେ, ବିରାଟ କୋହଲିଙ୍କ ପରିବର୍ତ୍ତେ କାହାକୁ ନିଆଯିବ ସେ ପ୍ରସଙ୍ଗ ଆଲୋଚନା ହୋଇନାହିଁ। ଟେଷ୍ଟ୍‌ କ୍ୟାପଟେନ୍‌ କିଏ ହେବ, ତାହା ସ୍ଥିର କରିବାକୁ ଯଥେଷ୍ଟ ସମୟ ଅଛି। ଠିକଣା ସମୟରେ ‘ବିସିସିଆଇ’ ଚୟନକାରୀମାନେ ବୈଠକ କରିବେ। ଚୟନକାରୀମାନେ ସବୁ କଥା ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।