କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ବଡି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ । ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ବେଳେ ନଭେମ୍ୱର ସୁଦ୍ଧା ସରିବ ସମସ୍ତ ଜମି ଅଧିଗ୍ରହଣ କାମ ।

Advertisment

ମହାଶିବରାତ୍ରୀ ଆଗରୁ ରାସ୍ତା ପ୍ରଶସ୍ତିକରଣ କରାଯିବା ଯୋଜନା ରହିଛି । ନଭେମ୍ୱର ମାସ ଶେଷ ସୁଦ୍ଧା ଏହି ଉନ୍ନତିମୂଳକ କାମ ଶେଷ କରିବା ଯୋଜନା ରଖାଯାଇଛି । ଏହା ସହିତ ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି ।