ଦିଲ୍ଲୀ ବିଧାନସଭାରେ ଠାବ ହେଲା ଗୁପ୍ତ ସୁଡଙ୍ଗ 

215

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ବିଧାସଭା ପରିସର ଭିତରୁ ଏହି ଗୁପ୍ତ ସୁଡଙ୍ଗ ଲାଲାକିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ବ୍ରିଟିଶ ସରକାର ଆନ୍ଦୋଳନକାରୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଏହି ସୁଡଙ୍ଗର ବ୍ୟବହାର କରୁଥିଲେ ।..

ଗୁରୁବାର ଦିଲ୍ଲୀ ବିଧାନସଭାରେ ଠାବ ହୋଇଛି ଏହି ଗୁପ୍ତ ସୁଡଙ୍ଗ । ଏନେଇ ସୁଚନା ଦେଇଛନ୍ତି ଦିଲ୍ଲୀ  ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ । ସୁଡଙ୍ଗଟି ବିଧାସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡିଛି । ଏହି ସୁଡଙ୍ଗକୁ ବିଟ୍ରିଶ ସରକାର ବ୍ୟବହାର କରୁଥିଲେ । ସ୍ୱାଧିନତା ସଂଗ୍ରାମୀଙ୍କୁ ବାନ୍ଧିକି ନେବା ସମୟରେ କୌଣସି ଆନ୍ଦୋଳନକୁ ଏଡାଇବା ପାଇଁ ବ୍ରିଟିଶ ସରକାର ଏହି ସୁଡଙ୍ଗକୁ ବ୍ୟବହାର କରୁଥିବା ସୂଚନା ମିଳିଛି ।

ଯେଉଁ ଭବନରେ ଆଜି ଦିଲ୍ଲୀର ବିଧାନସଭା ଗୃହ ଅଛି, ୧୯୧୨ରେ ରାଜଧାନୀ କଲିକତାରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ, ବ୍ରିଟିଶ ସରକାର ଏହାକୁ କେନ୍ଦ୍ରିୟ ବିଧାନସଭା ଗୃହ ରୁପରେ ବ୍ୟବହାର କରୁଥିଲେ । ପରେ ୧୯୨୬ ମସିହାରେ ଏକ ଅଦାଲତରେ ବଦଳାଯାଇଥିଲା । ଇଂରେଜମାନେ ସ୍ୱାଧିନତା ସଂଗ୍ରାମି ମାନଙ୍କୁ ଅଦାଲତକୁ ଆଣିବା ପାଇଁ ଏହି ସୁଡଙ୍ଗର ବ୍ୟବହାର କରୁଥିଲେ । ଏବେ ଏହି ସୁଡଙ୍ଗ ମିଳିଥିବାବେଳେ ଏହାକୁ ଆଗକୁ ଖୋଦା ଯାଇପାରୁନାହିଁ । କାରଣ ଦିଲ୍ଲୀର ମେଟ୍ରୋ ପରିଯୋଜନା ଫଳରେ ସୁଡଙ୍ଗର ରାସ୍ତା ନଷ୍ଟ ହୋଇସାରିଛି ।

ସ୍ୱାଧୀନତାର ୭୫ ବଷର୍୍ ପରେ ଏହା ଠାବ ହେଇଛି । ବିଧାନସଭା ଅଧ୍ୟକ୍ଷ କହିଛନ୍ତି, ସେ ଏହି ସୁଡଙ୍ଗକୁ ସ୍ୱାଧିନତା ସଂଗ୍ରାମୀଙ୍କ ମନ୍ଦିର ରୁପେ ପରିବର୍ତନ କରିବାକୁ ଚାହୁଁଛନ୍ତି । ଯାହାଫଳରେ ତାଙ୍କୁ ଶ୍ରଦ୍ଧାଞଳି ଦିଆଯାଇପାରିବ । ଦେଶର ସ୍ୱାଧିନତା ସାଙ୍ଗରେ ଏହି ବିଧାନସଭା ଗୃହ ଜଡିତ ବୋଲି ସେ କହିଛନ୍ତି । ଆଗାମି ସ୍ୱତନ୍ତ୍ରତା ଦିବସରେ ଏହା ପର୍ଯଟକଙ୍କ ପାଇଁ ଖୋଲାଯିବ ବୋଲି ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ ସୁଚନା ଦେଇଛନ୍ତି ।