ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟର ରୋଚକ କାହାଣୀ ।

Advertisment
ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟର ରୋଚକ କାହାଣୀ ।

କନକ ବ୍ୟୁରୋ : ୧୯୭୬ ବେଳର କଥା । ଶିକ୍ଷକରୁ ରାଜନେତା ବନିଥିବା ବିନାୟକ ଆଚାର୍ଯ୍ୟ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ କ୍ୟାବିନେଟରେ ଘଟିଥିଲା ଏକ ରୋଚକ ଘଟଣା । ଓଡିଶା ରାଜନୀତିର ଇତିହାସରେ ଏଭଳି ଦୃଷ୍ଟାନ୍ତ ବୋଧହୁଏ ନଥିବ, ଯେତେବେଳେ ମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବ ଆଇସିୟୁ ଭିତରେ ହୋଇଥିଲା ।

ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅନଙ୍ଗ ଉଦୟ ସିଂଦେଓ କଂଗ୍ରେସରେ ଯୋଗଦେଲେ । ତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରାଇବାକୁ ବିନାୟକ ଆଚାର୍ଯ୍ୟଙ୍କ ସାମ୍ନାରେ ରାଜନୈତିକ ବାଧ୍ୟବାଧକତା ଥିଲା ।

ଏହି ସମୟ ବେଳକୁ ରାଜ୍ୟର କାର୍ଯ୍ୟକାରୀ ରାଜ୍ୟପାଳ ଶିବ ନାରାୟଣ ଶଙ୍କର ଅସୁସ୍ଥ ଥିଲେ । ଏସସିବି ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଉ ଆଇସିୟୁ ଭିତରେ ଖୁବ ସତର୍କତାର ସହ କମ ଲୋକଙ୍କ ଉପସ୍ଥିତିରେ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ ଏୟୁ ସିଂଦେଓ ।

ରାଜନୀତିର ଏମିତି କିଛି ରୋଚକ କାହାଣୀ ରହିଛି ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବହି ପଲିଟିକାଲ ହିଷ୍ଟ୍ରୀ ଅଫ୍ ମଡର୍ଣ୍ଣ ଓଡିଶାରେ । ୪୬୩ ପୃଷ୍ଠାର ଏହି ବହିରେ ରାଜ୍ୟର ବିଭିନ୍ନ ସରକାର ସମୟରେ ଘଟିଥିବା ରୋଚକ କାହାଣୀ ସ୍ଥାନ ପାଇଛି । ଚାରୋଟି ଭାଗରେ ବିଭକ୍ତ ହୋଇଥିବା ଏହି ବହିରେ ଓଡିଶା ଉପରେ ବିଭିନ୍ନ ସମୟରେ ଶାସନ ବେଳର କାହାଣୀରୁ ଆରମ୍ଭ କରି ୨୦୦୦ ମସିହାରେ ଶାସନ ଭାରକୁ ଆସି ପାଂଚ ପାଂଚ ଥର କ୍ଷମତାସୀନ ହୋଇଥିବା ବିଜୁ ଜନତା ଦଳ ସରକାର ସାମ୍ନାରେ ଥିବା ଆହ୍ୱାନ ଏପରିକି ଏହା ପଛର ତଥ୍ୟ ଭିତ୍ତିକ କଥାକୁ ସାମ୍ନାକୁ ଆଣିଛନ୍ତି ବସନ୍ତ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe