ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ଫାଇଲ୍ ହେଲା ଲିକ୍ । ସାମ୍ନାକୁ ଆସିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

175

କନକ ବ୍ୟୁରୋ: ୟୁକ୍ରେନ ପାଇଁ ଲଢୁଛି ନାଟୋ ସେନା! ପେଣ୍ଟାଗନ ଦସ୍ତାବିଜରୁ ମିଳିଲା ସୁରାକ । ଯେବେଠୁ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଂଟାଗନର କିଛି ଜରୁରୀ ଦସ୍ତାବିଜ ପ୍ରଘଟ ହୋଇଛି ସେବେଠୁ ଦେଶର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ଏହି ସବୁ ଦସ୍ତାବିଜ ଲିକ ଯୋଗୁଁ କେବଳ ଆମେରିକାର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ ହୋଇନି ବଂର ଆଗକୁ ପେଂଟାଗନର କଣ ସବୁ ରଣନୀତି ରହିଛି?ବର୍ତମାନ କି ସବୁ ସିକ୍ରେଟ ମିଶନ ଚାଲିଛି ସେସବୁ ମଧ୍ୟ ପଦାରେ ପଡିଛି ।
ଏହା ଭିତରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖୁଲ୍ଲାସା ହୋଇଛି । ୟୁକ୍ରେନ- ରୁଷିଆ ଯୁଦ୍ଧକୁ ନେଇ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନାଟୋ ଓ ବ୍ରିଟେନ ସେନା ୟୁକ୍ରେନରେ ସେନା ମୁତୟନ କରିଛନ୍ତି । ଆମେରିକା, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡର ଗୋଟିଏ ଲେଖାଏଁ ୟୁନିଟ ଉପସ୍ଥିତ ରହିଛନ୍ତି ।