କରୋନା ମୁକାବିଲା ନେଇ ଋଷିଆ ଆଣିଲା ଦ୍ୱିତୀୟ ଟିକା : ଋଷିଆ ବୈଜ୍ଞାନିକଙ୍କ ଦାବି , ଏପିଭାକ୍ ଭ୍ୟାକସିନର ନାହିଁ କୌଣସି ପାଶ୍ୱର୍ ପ୍ରତିକ୍ରିୟା; ଅକ୍ଟୋବରରେ ହେବ ରେଜିଷ୍ଟ୍ରେସନ, ନଭେମ୍ୱରରେ ଆସିବ ଟିକା

251

କନକ ବ୍ୟୁରୋ : ଦ୍ୱିତୀୟ ଟିକା ପ୍ରସ୍ତୁତି ଘୋଷଣା କରିଛି ଋଷ । ସ୍ପୁଟନିକ୍-ଭି ନାମକ ଟିକା ପରେ ଏବେ ଏପିଭିକ୍ କରୋନା ଟିକା ପ୍ରସ୍ତୁତି କରିଥିବା ନେଇ ସୂଚନା ଦେଇଛି ଚମକାଇ ଦେଲା ଋଷର ଭେକ୍ଟର ଷ୍ଟେଟ୍ ରିସର୍ଚ ସେଂଟର ଅଫ୍ ଭାଇରୋଲଜି ଆଣ୍ଡ ବାୟୋଟେକ୍ନୋଲଜି । ପ୍ରଥମ ଭ୍ୟାକସିନ୍ ସ୍ପୁଟ୍ନିକ୍-ଭି ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ବୋଲି ପ୍ରସ୍ତୁତ କର୍ତା କହିଛି । ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ଟିକାର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ୧୪ ଓ ୨୧ ଦିନ ବ୍ୟବଧାନରେ ଦୁଇଟି ମାତ୍ରାର ଟିକା ସେମାନଙ୍କୁ ଦିଆଯାଇଥିଲା । ତେବେ ଏହା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରିଛି ଭେକ୍ଟର ଷ୍ଟେଟ୍ ରିସର୍ଚ ସେଂଟର ।

ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଭାରତରେ ପରୀକ୍ଷଣ ହେଉଛି ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ୍ ୧୯ ଭ୍ୟାକ୍ସିନ । କୋଭିସିଲ୍ଡ ନାମକ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଏହାର ମାଗଣା ଟିକା ପ୍ରଦାନ ଓ ୭୩ ଦିନରେ ଏହାର ଉତ୍ପାଦନ ଆରମ୍ଭ ନେଇ ଚାଲିଥିବା ଚର୍ଚାକୁ ଖଣ୍ଡନ କରିଛି ସେରମ ଇନ୍ଷ୍ଟିଚ୍ୟୁଟ୍ ଏବଂ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଟ୍ୱିଟ୍ କରି ସ୍ପଷ୍ଟୀକରଣ ଦେଇଛି ।

ଗତ ଅଗଷ୍ଟ ୩ରୁ ଦେଶରେ କୋଭାସିଲ୍ଡର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଆଗାମୀ ଦିନରେ ଦେଶରେ ୧୬ଶହ ଲୋକଙ୍କ ନିକଟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ଦେଇଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ଏହାର ଫଳାଫଳ ଆଧାରରେ ହିଁ ଟିକାର ଭବିଷ୍ୟତ ନିର୍ଧାରଣ ହେବ ।