ଦେଶରେ ଶେଷ ହଲୋଣି ୨ଟି ସ୍ୱଦେଶୀ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ : ଟୀକାର ଜରୁରୀକାଳୀନ ପ୍ରାଧୀକରଣ ପ୍ରସଙ୍ଗରେ ସଂସଦୀୟ ପ୍ୟାନେଲକୁ ଆଇସିଏମଆରର ସୂଚନା ; କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ କରାଯିବ ବିଚାର

383

କନକ ବ୍ୟୁରୋ : ଦେଶରେ କୋଭିଡ ୧୯ ଭାକସିନ୍ ନେଇ ଶେଷ ହଲୋଣି ୨ଟି ସ୍ୱଦେଶୀ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ । ଟୀକାର ଜରୁରୀକାଳୀନ ପ୍ରାଧୀକରଣ ପ୍ରସଙ୍ଗରେ ସଂସଦୀୟ ପ୍ୟାନେଲକୁ ଆଇସିଏମଆରର ସୂଚନା । କେନ୍ଦ୍ର ସରକାର ନିଷ୍ପତି ନେଲେ କରାଯିବ ବିଚାର । ଆଇସିଏମଆରର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସଂସଦୀୟ ପ୍ୟାନେଲକୁ କହିଛନ୍ତି ଯେ ଦୁଇଟି ସ୍ୱଦେଶୀ ବିକଶିତ ଟୀକା ପ୍ରାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପ୍ରାୟ ଶେଷ ହୋଇସାରିଛି । ଯଦି କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି ତେବେ ଟୀକାକରଣର ଜରୁରୀକାଳୀନ ପ୍ରାଧୀକରଣକୁ ବିଚାରକୁ ନିଆଯାଇପାରେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ମହାନିର୍ଦ୍ଦେଶକ ବଳରାମ ଭର୍ଗାଭ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟମାନଙ୍କୁ ଗୃହ ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତ ବାୟୋଟେକ୍, କ୍ୟାଡିଲା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଟୀକା ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ଅଛି ।

ଭାରତ ବୟୋଟେକ୍ ଏବଂ କ୍ୟାଡିଲା ଦ୍ୱାରା ସଂଯୋଜିତ କୋଭିଡ୍ ୧୯ ଟୀକା ପ୍ରାର୍ଥୀମାନଙ୍କ ଠାରେ ଦ୍ୱିତୀୟ ପର୍ଯ୍ୟାୟ ସରିଗଲାଣି । ସେରନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଦ ଡେଭଲପଡ୍ ଦ୍ୱାରା ବିକଶିତ ଟୀକା ଏହି ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ପ୍ରବେଶ କରିବ । ଏହି ପରୀକ୍ଷଣ ପ୍ରାୟ ୯ ମାସ ଲାଗି ଯାଇଥାଏ । କିନ୍ତୁ ସରକାର ଯଦି ନିଷ୍ପତି ନିଅନ୍ତି ତେବେ ଜରୁରୀକାଳୀନ ପ୍ରାଧୀକରଣକୁ ବିଚାର କରାଯାଇପାରେ ବୋଲି ଆଇସିଏମଆର ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।