ଅର୍ଥତତ୍ୱ ଚିଟ ଫଣ୍ଡ ମାମଲା: ଇଡିରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଛି ଜେରା

118

କନକ ବ୍ୟୁରୋ: ଅର୍ଥତତ୍ୱ ଚିଟ ଫଣ୍ଡ ମାମଲା । ଇଡିରେ ବ୍ୟବସାୟୀ ଭିନିତ ଲଲାନି ହାଜର ହେବା ପରେ ଚାଲିଛି ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଜେରା ଆରମ୍ଭ ହୋଇଛି । ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରିଥିଲେ ଇଡି ।ଭୁବନେଶ୍ୱର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ସମୟରେ ଇଡି ୩୫ ଲକ୍ଷ ଟଙ୍କାର ଏକ ଅଡ଼ି କାର ସହ ୨୩ ଲକ୍ଷ ନଗଦ ଟଙ୍କା,୨୪ ଲକ୍ଷ ୧୫ ହଜାର ଟଙ୍କାର ସୁନା ଗହଣା ସହ ଅପଡେଟ ବ୍ୟାଙ୍କ ଚେକ୍ ସହ ସେଲ ଡିଡ଼ ଆଗ୍ରିମେଂଟ ଓ ଡିଜିଟାଲ ପ୍ରମାଣ ପତ୍ର ଜବତ କରିଥିଲା । ଚଢ଼ାଉ ପରେ ଏଟି ଚିଟ୍ ଫଣ୍ଡ ଅଭିଯୁକ୍ତଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ।