କନକ ବ୍ୟୁରୋ: ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଏହି ପର୍ଯ୍ୟାୟ ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ହେବ ନା ସ୍ୱାଭାବିକ ହୋଇ ଚାଲିବ ତା ଉପରେ ସମସ୍ତଙ୍କ ନଜର ରହିଛି।
ଜୁଲାଇ ୨୨ ତାରିଖରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଧିବେଶନରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ବର୍ଷ ପାଇଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଆଜିଠୁ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ବିଭାଗୀୟ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ ହେବ। ଏହାପରେ ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ବିଭାଗକୁ ମିଳିଥିବା ଅନୁଦାନ ନିମନ୍ତେ ଖର୍ଚ୍ଚଦାବି ଆଲୋଚନା ହେବ। ସେପ୍ଟେମ୍ବର ୧୦ରେ ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପରେ ବିନିଯୋଗ ବିଲ୍ ଆଗତ ହେବ।
୧୨ ଓ ୧୩ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ପ୍ରଥମ ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ବାରମ୍ବାର ଗୃଂହ ପରିତ୍ୟାଗ କରିଥିଲେ। କେବଳ ଶାସକ ଦଳର ସଭ୍ୟ ମାନଙ୍କୁ ନେଇ ଗୃହକାର୍ୟ୍ୟ ଚାଲିଥିଲା। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମ ଭଳି ବିରୋଧୀ ମାନେ ହୋହଲ୍ଲା କରି ଗୃହକାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି ନା ଗୃହକାର୍ଯ୍ୟ ସ୍ୱାଭାବିକ ହେଉଛି ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/2-42.jpg)