ବ୍ରହ୍ମପୁରରେ ଅଶୋକ ସ୍ତମ୍ଭର ଦ୍ୱିତୀୟ ବୃହତ୍ତମ ମୂର୍ତ୍ତି। ନିର୍ମାଣରେ ଖର୍ଚ୍ଚ ହୋଇଛି ୩ ଲକ୍ଷ ଟଙ୍କା।

ବ୍ରହ୍ମପୁରରେ ଅଶୋକ ସ୍ତମ୍ଭର ଦ୍ୱିତୀୟ ବୃହତ୍ତମ ମୂର୍ତ୍ତି। ନିର୍ମାଣରେ ଖର୍ଚ୍ଚ ହୋଇଛି ୩ ଲକ୍ଷ ଟଙ୍କା।

କନକ ବ୍ୟୁରୋ: ଆପଣ ହୁଏତ ଜାଣିନଥିବେ ଭାରତର ଜାତୀୟ ପ୍ରତୀକ ଅବା ଚିହ୍ମ ଅଶୋକ ସ୍ତମ୍ଭର ଦ୍ୱିତୀୟ ବୃହତମ ଷ୍ଟାଚ୍ୟୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ରହିଛି । ଅଶୋକ ସ୍ତମ୍ଭର ସବୁଠୁ ବଡ ପ୍ରତିମୂର୍ତ୍ତି ନୂଆ ସଂସଦ ଭବନ ପରିସରରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିଲେ । ଆଉ ଦ୍ୱିତୀୟ ବୃହତ ପ୍ରତିମୂର୍ତ୍ତି ରହିଛି ବ୍ରହ୍ମୁପରରେ । ଏହାକୁ ସ୍ଥାନୀୟ ଗୋଳାବନ୍ଧ ଠାରେ ଥିବା ଆର୍ମି, ଏୟାର ଡିଫେନ୍ସ କଲେଜ ପରିସରରେ ସ୍ଥାପନ କରାଯିବ । ସବୁଠୁ ବଡ଼ କଥା ହେଉଛି ଗ୍ଲାସ ଫାଇବରରେ ନିର୍ମାଣ ହୋଇଥିବା ଅଶୋକଙ୍କ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁର ସହରର କାରିଗର ରାଜକୁମାର ବେହେରା ।

ମୁର୍ତ୍ତିର ତିଆରି ପାଇଁ ବ୍ୟବହାର କରାଯାଇଥିବା ଗ୍ଲାସ ଫାଇବର ଏହାକୁ ୧୦୦ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବ । ୧୦ଜଣ ସହଯୋଗୀଙ୍କ ସହ ମିଶି ୪୦ ଦିନରେ ଏହି ଷ୍ଟାଚ୍ୟୁକୁ ନିର୍ମାଣ କରିଛନ୍ତି କାରିଗର ରାଜକୁମାର ବେହେରା । ସଂସଦ ଭବନରେ ଥିବା ଦେଶର ସର୍ବବୃହତ ଅଶୋକ ସ୍ଥମ୍ଭର ଉଚ୍ଚତା ୨୦ଫୁଟ ରହିଥିବା ବେଳେ ରାଜକୁମାର ପ୍ରସ୍ତୁତ କରିଥିବା ଏହି ଅଶୋକସ୍ଥମ୍ଭର ଉଚ୍ଚତା ୧୩ଫୁଟ ରହିଛିା ୩ଲକ୍ଷ ଟଙ୍କା ବ୍ୟୟରେ ଏହି ଅଶୋକସ୍ଥମ୍ଭ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ରାଜକୁମାର ପ୍ରଥମେ ଦିଲ୍ଲୀରେ ଥିବା ଅଶୋକସ୍ଥମ୍ଭର ଛୋଟ ନକଲ ପ୍ରତିମୂର୍ତ୍ତି ତିଆରି କରିଥିଲେ । ପରେ ସେହି ଛୋଟ ପ୍ରତିମୂତିକୁ ଦେଖି ୧୩ ଫୁଟର ଏହି ଅଶୋକସ୍ତମ୍ଭ ନିର୍ମାଣ କରାଯାଇଛି । ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନସ କଲେଜ ପରିସରରେ ଏହାର ପ୍ରତିଷ୍ଠା କରାଯିବ । ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ଥିବା କହିଛନ୍ତି ରାଜକୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe