ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ :  ପ୍ରଶ୍ନକାଳ ବାତିଲକୁ କଂଗ୍ରେସର ବିରୋଧ , ନରସିଂହ ମିଶ୍ର କହିଲେ, ମୌଳିକ ଅଧିକାର ହୋଇଛି କ୍ଷୂର୍ଣ୍ଣ; ସରକାରଙ୍କୁ ଘେରିବାକୁ ରଣନୀତି 

49

କନକ ବ୍ୟୁରୋ : କରୋନା କାଳରେ କଟକଣା ଭିତରେ ଚାଲିଛି ବିଧାନସଭା ।  ଆଜି ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ  । କରୋନାକୁ ନେଇ ମୁଲତବୀ ନୋଟିସ ଆଣିଲେ ବିରୋଧୀ । କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ବନ୍ଧରେ ନୋଟିସ ଆଣିଲେ ବିରୋଧୀ । ଏହି ସମୟରେ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଜଣେ ସଦସ୍ୟ ୭ ରୁ ୮ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ ।

ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ପ୍ରଶ୍ନକାଳ ବାତିଲ ନିଷ୍ପତିକୁ କଂଗ୍ରେସ ବିଧାୟକଦଳ ନେତାଙ୍କ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଘଟଣାର ତଦନ୍ତ ହେଲାନାହିଁ । କିନ୍ତୁ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରାଗଲା । ଘଟଣାର ଅନୁସନ୍ଧାନ କରନ୍ତୁ ବୋଲି ମତ ରଖିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି । ଗତକାଲି ବି ଗୃହରେ ଉଠିଥିଲା  ମାସ୍କ ଓ ପିପିଇ କିଟ୍ କିଣା କେଳେଙ୍କାରୀ ପ୍ରସଙ୍ଗ ।  ବିଶ୍ୱବିଦ୍ୟାଳୟ ବିଲକୁ ନେଇ  ବି ଝଡ ଉଠିଥିଲା ।  ବିଲକୁ ଚିରିଦେଇଥିଲେ ତାରାବାହିନୀ ପତି ।