ଚାଲିଛି ଦ୍ୱିତୀୟ ଦିନର ଗଣତି: ରାତି ୮ଟା ୪୦ ସୁଦ୍ଧାର ଟ୍ରେଣ୍ଡ୍, ବିଜେପିକୁ ପଛରେ ପକାଇ ଆଗେଇଲା କଂଗ୍ରେସ ।

221

କନକ ବ୍ୟୁରୋ: ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ରାତି ୮ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୭୧ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଛି । ୩ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ପ୍ରଥମ ଦିନର ୩୧୫ ଜୋନ୍ ମଧ୍ୟରୁ ୩୧୪ ଜୋନର ଫଳାଫଳ ଘୋଷଣା ହୋଇଛି । ନିଆଳି ଜୋନ୍-୧ର ଜିଲ୍ଲା ପରିଷଦ ଫଳାଫଳ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ବିଜୟୀ ହୋଇଥିବାବେଳେ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।