ଦ୍ୱିତୀୟ ଥର କରୋନା ସଂକ୍ରମଣ ହେଲେ ଜଟିଳ ହେଉଛି ପରିସ୍ଥିତି । ପ୍ରକାଶ ପାଉଛି ଗୁରୁତର ଲକ୍ଷଣ : ମୁମ୍ୱାଇରେ ୪ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଥର କରୋନା ସଂକ୍ରମଣ ହେବା ପରେ ଗବେଷଣାରୁ ଆସିଲା ରିପୋର୍ଟ

278

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ଆସିଛି ଆଉ ଏକ ଚିନ୍ତାଜନକ ଖବର । ଦ୍ୱିତୀୟ ଥର କରୋନା ସଂକ୍ରମଣ ହେଲେ ଜଟିଳ ହୋଇପାରେ ସ୍ୱାସ୍ଥ୍ୟାବସ୍ଥା । ମୁମ୍ବାଇର ଚାରି ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟଥର କରୋନା ସଂକ୍ରମଣ ହେବା ପରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନେୟାର ହସ୍ପିଟାଲର ତିନିଜଣ ଡାକ୍ତରଙ୍କ ସହ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଥର କରୋନା ସଂକ୍ରମଣ ହୋଇଛି । ଆଉ ଏହାପରେ ତାଙ୍କ ଠାରେ ପୂର୍ବ ଅପେକ୍ଷା ଅଧିକ ଗୁରୁତର ଲକ୍ଷ୍ୟଣ ପ୍ରକାଶ ପାଇଛି । ଇନଷ୍ଟିଚ୍ୟୁଟ ଅଫ ଜେନୋମିସ ଇନଟିଗ୍ରେଟିଭ ବାୟୋଲୋଜି ଓ ଇଂଟରନ୍ୟାସନାଲ ସେଂଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକନୋଲୋଜିର ଗବେଷଣାରୁ କିଛି ଏଭଳି ତଥ୍ୟ ମିଳିଛି ।

ଯେତେବେଳେ ଏହି ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଥମଥର କରୋନା ସଂକ୍ରମଣ ହୋଇଥିଲା,ସେତେବେଳେ ତାଙ୍କ ଶରୀରରେ ସାମାନ୍ୟ ଲକ୍ଷ୍ୟଣ ପ୍ରକାଶ ପାଇଥିଲା । ହେଲେ ଦ୍ୱିତୀୟ ଥର ସଂକ୍ରମଣ ହେବା ପରେ ଗୁରୁତର ଲକ୍ଷ୍ୟଣ ପ୍ରକାଶ ପାଇଛି । ଅବଶ୍ୟ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅ୍ରସୁବିଧା ହୋଇନାହିଁ । ତେବେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ଯୁବାବସ୍ଥାରେ ଥିବାରୁ ସେମାନଙ୍କ ଶ୍ୱାସତନ୍ତ୍ର ପ୍ରଭାବିତ ହୋଇନାହିଁ । ଆଇସିଜିଥବି ବା ଇଂଟରନ୍ୟାସନାଲ ସେଂଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକନୋଲୋଜିର ବିଶେଷଜ୍ଞ ଡାକ୍ତର ସୁଜାଥା ସୁନୀଲ କହିଛନ୍ତି ବୟସ୍କ ଲୋକଙ୍କୁ ସଂକ୍ରମଣ ହେଲେ ସ୍ଥିତି ଅଧିକ ଜଟିଳ ହୋଇପାରେ ।