ଜମ୍ମୁକଶ୍ମୀର ଅନନ୍ତନାଗରେ ୫ଦିନ ହେଲା ଜାରି ରହିଛି ସର୍ଚ୍ଚ ଅପରେସନ । ପାହାଡ଼ ଉପର ଗୁମ୍ପା ଭିତରେ ଲୁଚିଛନ୍ତି ୨ଆତଙ୍କାବାଦୀ

145

କନକ ବ୍ୟୁରୋ : ଜମ୍ମୁକଶ୍ମୀର ଅନନ୍ତନାଗରେ ୫ଦିନରେ ପହଞ୍ଚିଲା ସର୍ଚ୍ଚ ଅପରେସନ । ଅନନ୍ତନାଗର କୋକେରନାଗର ପାହାଡିଆ ଅଞ୍ଚଳରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗଡ଼ୁଲ ଜଙ୍ଗଲର ପାହାଡ଼ ଉପରେ ଥିବା ଗୁମ୍ପା ଭିତରେ ୨ଆତଙ୍କାବାଦୀ ଲୁଚିଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ପ୍ରକୃତ ସ୍ଥାନକୁ ଚିହ୍ନଟ କରିବା ପାଇଁ ଡ୍ରୋନର ସାହାରା ନିଆଯାଇଛି ।

ଡ୍ରୋନ ଜରିଆରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଘଂଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ୨ ହଜାରରୁ ଅଧିକ ଯବାନ ନିୟୋଜିତ ଅଛନ୍ତି । ଆତଙ୍କବାଦୀ ମାନେ ପାହାଡ ଉପରେ ଲୁଚି ରହିଥିବା ଯୋଗୁଁ ସେଠାରୁ ଯବାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ତାଙ୍କ ପାଇଁ ସହଜ ହୋଇଛି । ତେବେ ପାହାଡ ଉପରେ ଥିବା ଯୋଗୁଁ ତାଙ୍କ ନିକଟରେ ପହଂଚିବା କଷ୍ଟକର ହୋଇପଡ଼ିଛି । ଲୁଚିରହିଥିବା ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବା କୁହାଯାଉଛି । ଏପରିକି ଆତଙ୍କବାଦୀଙ୍କ ସଂଖ୍ୟା ୨ରୁ ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।