ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ’ମାୱାର’, ଚିନ୍ତାରେ ଦ୍ୱୀପ ଦେଶ ଗୁଆମ

1,170

କନକ ବ୍ୟୁରୋ: ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼’ମାୱାର’ । ୨୨୫ କିଲୋମିଟର ବେଗରେ ବହୁଛି ପବନ । ଚିନ୍ତାରେ ଦ୍ୱୀପ ଦେଶ ଗୁଆମ । ଗୁଆମର ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ମାୱାର ଲ୍ୟାଣ୍ଡଫଲ କରିଛି । ଏହା ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ପବନ ଦେଖିବାକୁ ମିଳିଛି । ଫଳରେ ଅଧିକାଂଶ ଘରେ ବିଦ୍ୟୁତ୍ ସଂଯୋଗ କଟିଯାଇଛି । କେତେକ ସ୍ଥାନରେ ପାଣି ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଆମେରିକା ଅଧିନରେ ଏହି ଦେଶ ରହିଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଯେଉଁମାନଙ୍କର କୋଠାଘର ନାହିଁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ସମସ୍ତ ବିମାନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏବେ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ । ଏହି ସାମୂଦିକ ଝଡ଼ ଯୋଗୁ ବହୁ ଧନଜୀବନ ନଷ୍ଟ ହେବାର  ଆଶଙ୍କା କରାଯାଉଛି ।