ସ୍କ୍ରାମଜେଟ ଇଞ୍ଜିନ ଗର୍ଜନ କରି ଉପରକୁ ଉଠିଲା, ଭାରତୀୟଙ୍କ ଛାତି ଗର୍ବରେ ଫୁଲିଲା ।  ଆକାଶ ମାର୍ଗରେ ହିଁ ଯୁଦ୍ଧର କୌଶଳକୁ ପରିବର୍ତନ କରିବାର କ୍ଷମତା ରଖିଛି

482

କନକ ବ୍ୟୁରୋ : ଓଡ଼ିଶାର ଚାନ୍ଦିପୁରରେ ଥିବା ଏପିଜେ ଅବଦୁଲ କାଲାମ ହୁଇଲର ଦୀପରୁ ଯେତେବେଳେ ସ୍କ୍ରାମଜେଟ ଇଞ୍ଜିନ ଗର୍ଜନ କରି ଉପରକୁ ଉଠୁଥିଲା, ସେତେବେଳେ ଡିଫେନ୍ସ ରିସର୍ଚ ଡେଭଲପମେଂଟ ଅର୍ଗାନାଇଜେସନ ସହ ସବୁ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା । କାରଣ ଏହି ସଫଳତା ଏଭଳି ଏକ ମାଇଲଖୁଂଟ ଯାହା ଆକାଶ ମାର୍ଗରେ ଯୁଦ୍ଧର କୌଶଳକୁ ପରିବର୍ତନ କରିବାର କ୍ଷମତା ରଖିଛି ।

ଏହି ପରୀକ୍ଷା ସଫଳ ହେବାର ସବୁଠୁ ବଡ଼ ସଙ୍କେତ ହେଉଛି ବର୍ତମାନ ଭାରତ ସ୍କ୍ରାମଜେଟ ଇଞ୍ଜିନରେ ହାଇପର ସୋନିକ କ୍ଷେପଣାସ୍ତ୍ର ତିଆରି କରିପାରିବ । ଏଥିପାଇଁ ଅବଶ୍ୟ ୫ ବର୍ଷ ସମୟ ଲାଗିବ, କିନ୍ତୁ ଏଥିପାଇଁ ଆବଶ୍ୟକ ମୂଳ ଆଧାର ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ଶବ୍ଦର ଗତିର ୬ ଗୁଣ ବେଗରେ ଅର୍ଥାତ୍ ଘଂଟାକୁ ୭ ହଜାର ୪ ଶହ କିଲୋମିଟର ବେଗରେ ଗତି କରିପାରିବ ।

ସାରା ବିଶ୍ୱରେ-ଆମେରିକା, ରୁଷିଆ ଓ ଚୀନ୍ ପରେ ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏଭଳି ସ୍କ୍ରାମଜେଟ୍ ଇଂଜିନ ସହ ସୁପରସୋନିକ କ୍ଷେପଣାସ୍ତ୍ର ତିଆରି ପାଇଁ ଦକ୍ଷତା ହାସଲ କରିଛି । ଦୂରଗାମୀ କ୍ଷେପଣାସ୍ତ୍ର ତିଆରି ସହ ଏହି ଇଂଜିନ ଉପଗ୍ରହ ମଧ୍ୟ ପଠାଇପାରିବ ।