କନକ ବୁରୋ: ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ବିଳମ୍ବ ଯୋଗୁଁ ବର୍ଷା ହେଉନଥିବାବେଳେ ଦେଶରେ ଲୁ ଜାରି ରହିଛି । ବିଶେଷ କରି ମଧ୍ୟ ଭାରତରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ମୋଟ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି।
ଗାଜିପୁର, ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବୁନ୍ଦେଲଖଣ୍ଡ ଓ କାନପୁର ଡିଭିଜନରେ ସ୍ଥିତି ଆହୁରି ଭୟଙ୍କର। ଏଠାରେ ୧୦୦ ଜଣ ପ୍ରାଣ ହରାଇଥିଲେ। କାନପୁରରେ ସର୍ବାଧିକ ୨୬, ହମିରପୁରରେ ୧୯, ଚିତ୍ରକୁଟରେ ୧୪, ଫତେପୁରରେ ୧୩, ମହୋବାରେ ୧୨, ବାନ୍ଦା ଓ ଓରାଇୟାରେ ୬ ଜଣ ଲେଖାଏଁ, ଜାଲୌନରେ ୩ ଏବଂ ଫରୁଖାବାଦରେ ଜଣେ ପ୍ରାଣ ହରାଇଛନ୍ତି। ସେହିପରି ପ୍ରୟାଗରାଜରେ ୮, କୌଶାମ୍ବିରେ ୫, ପ୍ରତାପଗଡ଼ରେ ୨ ଜଣଙ୍କର ଗ୍ରୀଷ୍ମ ପ୍ରବାହ ରେ ମୃତ୍ୟୁ ଘଟିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/4-24.jpg)