ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ: ମେ’ ୨ରୁ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ

964

କନକ ବ୍ୟୁରୋ: ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ମେ ୨ ତାରିଖରୁ ସକାଳ ୬ଟାରୁ ୯ଟା ସ୍କୁଲ ଖୋଲିବ । ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଯିବେ । ସେହିପରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହେବ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏନେଇ ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି । ତେବେ ଆହୁରି ଖରା ବଢିବାର ସମ୍ଭାବନା ଥିବାରୁ ପୁଣି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି । ଆଜି ରାଜ୍ୟରେ ୩ଟି ସ୍ଥାନରେ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ତାପମାତ୍ରା ।