ନଭେମ୍ୱର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ : ସ୍ଥାନୀୟ ପ୍ରଶାସନ ଚାହିଁଲେ ଖୋଲି ପାରିବ ଧାର୍ମିକ ଅନୁଷ୍ଠାନ ;ବାହାଘରରେ ୨୦୦ , ଅନ୍ତିମ ସଂସ୍କାରରେ ୫୦ ଲୋକଙ୍କୁ ଅନୁମତି

399

କନକ ବ୍ୟୁରୋ : ନଭେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡନ୍ଲାଇନ୍ । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇନ୍ଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ।

ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ କର୍ତୃପକ୍ଷ କୋଭିଡ୍ ନିୟମର ନିୟମ ପାଳନ କରିବେ । ଅନୁମତି ନେଇ ପୂଜାପାଠ ଏବଂ ଧାର୍ମିକ ଉପାସନା ହୋଇପାରିବ । ବାହାଘର ଉତ୍ସବରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମିତ ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ସର୍ବାଧିକ ୫୦ ଜଣ । ନଭେମ୍ବର ୩୦ ଯାଏଁ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ବନ୍ଦ ରହିବ ।

ତେବେ ଆବଶ୍ୟକ ସ୍ଥଳେ ମନ୍ତ୍ରାଳୟର ସ୍ୱତନ୍ତ୍ର ଅନୁମତିରେ ଯାତ୍ରୀବାହୀ ବିମାନ ଉଡିପାରିବ । ବଡ଼ ସାମାଜିକ, ରାଜନୈତିକ, କ୍ରୀଡ଼ା ସମାବେଶ ଓ ଧାର୍ମିକ ସମାବେଶ ଉପରେ କଟକଣା ରହିବ । ସିନେମା ହଲ, ସୁଇମିଂ ପୁଲ୍ ଓ ଥିଏଟର ରହିବ । କୋଭିଡ୍ କଟକଣା ଭିତରେ ଖୋଲିପାରିବ ମୁକ୍ତାକାଶ ରଙ୍ଗମଂଚ । ତେବେ କନ୍ଟେନ୍ମେଂଟ ଜୋର୍ରେ ପୂର୍ବ ଭଳି ଜାରି ରହିବ କଟକଣା ।