କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ ପଢ଼ାଯିବ ହକିର ବିଜୟ ଗାଥା । ଚଳିତ ଏସିଆନ୍ ଗେମରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ହକି ଖେଳାଳି । ଅନେକ ସମୟରେ ରାଜ୍ୟ ସରକାର ହକି ଖେଳକୁ ଗରୁତ୍ୱ ଦେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ହକି ଖେଳ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବେ ଛାତ୍ରଛାତ୍ରୀ । ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ତଥା ଓସେପା ପକ୍ଷରୁ ଦୁଇ ପୃଷ୍ଠା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଛି । ଯାହାକୁ ପ୍ରାଥର୍ନା ସଭାରେ ପାଠ କରିବେ ଛାତ୍ରଛାତ୍ରୀ ।