କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଉ ଆଜି ସମସ୍ତ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରୁଛନ୍ତି । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଧର୍ମପତ୍ନୀ ଶୁଭ୍ରାନ୍ତି ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛଆଁ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସ୍ଥାନୀୟ ବିଧାୟକଙ୍କ ଧର୍ମପତ୍ନୀ ହୋଇଥିବାରୁ କଣାସ ଅଞ୍ଚଳରେ ରାଜନୈତିକ ବାରବାରଣ ସରଗରମ ହେବାରେ ଲାଗିଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମର୍ଥକ ଏବଂ ପ୍ରସ୍ତାବକଙ୍କ ସହ ଶୁଭ୍ରାନ୍ତି ସାମନ୍ତରାୟ କଣାସ ବ୍ଲକ ବିଡିଓଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଶକଲ ଶେଷ ଦିନ । ଆଜି ବଳକା ଥିବା ସମସ୍ତ ପ୍ରାର୍ଥୀ ନିଡଜ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ସେଥିପାଇଁ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ରାଜନୈତିକ ତାତି ମଧ୍ୟ ଦେଖିବାକୁ ମିଳିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରଣନୀତି ଆପଣାଉଛନ୍ତି ରାଜନୈତିକ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/40-7.jpg)