ଗାଁ ଗାଁ ବୁଲୁଛନ୍ତି ସରପଞ୍ଚ, ଘରକୁ ଘର ବୁଲି ଲୋକଙ୍କୁ ପଚାରୁୁଛନ୍ତି ସମସ୍ୟା। ଖାତାରେ ଲେଖି ସମାଧାନ ପାଇଁ ଖୋଜୁଛନ୍ତି ବାଟ।

813

କନକ ବ୍ୟୁରୋ: ଘର ଘର ବୁଲୁଛନ୍ତି ସ୍ଥାନୀୟ ଜନପ୍ରତିନିଧି । ହାତରେ ଅଛି ଖାତା କଲମ । ଘର ଘର ବୁଲି ଲୋକ ସମସ୍ୟା ସଂପର୍କରେ ପଚାରି ବୁଝୁଛନ୍ତି । ଆଉ ଲୋକଙ୍କ ଅଭିଯୋଗକୁ ଖାତାରେ ଲେଖୁଛନ୍ତି ସରପଞ୍ଚ, ସାଥିରେ ଅଛନ୍ତି ସମିତିସଭ୍ୟ ଓ ସମର୍ଥକ । ଗତ ପଞ୍ଚାୟଚତ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା ଓ ସମିତିସଭ୍ୟ ବାବନ ସେଠୀ ।

ଲୋକ ପ୍ରତିନିଧି, ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଲୋକେ ନିଜ ସୁଖଦୁଃଖ ଓ ସମସ୍ୟା ସମ୍ପର୍କରେ କହୁଛନ୍ତି । କିଏ ଆବାସ ଯୋଜନାରେ ଘରଟିଏ ପାଇଁ ଗୁହାରି କରୁଛନ୍ତି ତ ଆଉ କିଏ ରାସନକାର୍ଡରେ ନାଁ ଯୋଡିବା ପାଇଁ । ଅନେକ ଲୋକେ ନିଜ ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କୁ କହିଛନ୍ତି । ଯେଉଁ ସମସ୍ୟାର ସମଧାନ ସରପଞ୍ଚ ଓ ସମିତିସଭ୍ୟଙ୍କ ଦ୍ୱାରା ହୋଇପାରିବ, ତାହା ସେମାନେ ନିଜେ କରିବେ ବୋଲି କହିଛନ୍ତି । ଆଉ ଯାହା ତାଙ୍କ ଦ୍ୱାରା ହୋଇ ପାରିବ ନାହିଁ, ସେ ସଂପର୍କରେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ଗାଁର ମୁଖ୍ୟ ସ୍ଥାନରେ ବିଜୁଳି ବ୍ୟବସ୍ଥା କରିବା ସହ ସ୍ଥାନେ ସ୍ଥାନେ ଲୋକଙ୍କ ବସିବା ପାଇଁ ସିମେଂଟ ବେଂଚ କରିଛନ୍ତି ଦୁହେଁ ସରପଂଚ ଓ ସମିତି ସଭ୍ୟ ।