କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଭୋ ଭୋ ହୋଇ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ । ଏଭଳି ଖବର ଆସିଛିି ବାଲେଶ୍ୱର ଜିଲ୍ଲା ବାଲିଆପାଲ ବ୍ଲକ ବଡାଶ ପଞ୍ଚାୟତରୁ । ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଲକ୍ଷ୍ମିକାନ୍ତ ଦେ । ଗତକାଲି ଏକ ନିର୍ବାଚନୀ ସଭା ଲକ୍ଷ୍ମୀକାନ୍ତ ନିର୍ବାଚନୀ ଅଭିଭାଷଶ ରଖୁଥିବା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । କହିଥିଲେ ଗତ ୭୦ ବର୍ଷ ଧରି ଗୋଟିଏ ରାଜନୈତିକ ଦଳ ଏହି ପଞ୍ଚାୟତରୁ ଜିତି ଆସୁଛି, ହେଲେ ଲୋକଙ୍କ ପାଇଁ କିଛି କରିନାହିଁ, ଏଥର ସେ ବିଜୟୀ ହେଲେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଭୋଟ ଦେବା ପାଇଁ ନିବେଦନ କରି ସଭା ମଝିରେ ଆଣ୍ଠୁ ମାଡି ଜୁହାର ହୋଇଥିଲେ, ଆଉ କାନ୍ଦି କାନ୍ଦି ଜିତାଇ ଦେବାକୁ ପାଇଁ ନିବେଦନ କରିଥିଲେ ।
ନିର୍ବାଚନୀ ସଭାରେ ଭୋ ଭୋ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ । କହିଲେ, ଜିତାଇଦେଲେ ଦେବି ମୌଳିକ ସୁବିଧା ।
/kanak/media/post_attachments/wp-content/uploads/2022/02/vlcsnap-2022-02-13-16h30m18s20.png)