ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ଇସ୍ତାହାର । କ୍ଷମତାକୁ ଆସିଲେ ଦଳ ଦେବ ମାଗଣା ଅଟା ସହ ୫ଶହ ଟଙ୍କାର ମୋବାଇଲ ଡାଟା ।

128

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ଦଳ ଘୋଷଣାପତ୍ରର ନାଁ ଦେଇଛି ଭିଜନ ଡକ୍ୟୁମେଣ୍ଟ । ଦଳ ଶାସନ କ୍ଷମତାକୁ ଆସିଲେ ମାଗଣା ଗହମ ବଦଳରେ ଏଣିକି ଅଟା ଦେବ ଦଳ । ଏଥିସହ ରାସନକାର୍ଡଧାରୀଙ୍କୁ ମାସକୁ ୫ଶହ ଟଙ୍କା ମାଗଣା ମୋବାଇଲ ଡାଟା ମିଳିବ । କେଜିରୁ ପିଜି ଝିଅଙ୍କୁ ମାଗଣା ଶିକ୍ଷା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୪୫୦ ଟଙ୍କା ଦିଆଯିବ, ଖାଲି ପଡିଥବା ସରକାରୀ ପଦବୀ ପୂରା କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ, ସରକାରୀ ଚାକିରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ,ବିପିଏଲ ଶ୍ରେଣୀ ମହିଳାଙ୍କୁ ମାସିକ ୩ହଜାର ଭତା , ୨୦୨୫ ସୁଦ୍ଧା ଜାତିଭିତିକ ଜନଗଣନା କରିବ ବୋଲି ଦଳ ପ୍ରତିଶ୍ରୁତି କରିଛି ।