କନକ ବ୍ୟୁରୋ: ରାୟଗଡ଼ାରେ ନିରାଶ ଜମାକାରୀ । ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଦୀର୍ଘ ୩ ବର୍ଷରୁ ୪ ବର୍ଷ ବିତିଯାଇଛି ହେଲେ ଏଯାଏଁ ଲୋକଙ୍କୁ ମିଳିପାରିନି ଟଙ୍କା । କିଏ ଝିଅ ବାହାଘର ପାଇଁ ତ ଆଉ କିଏ ପିଲାର ପାଠପଢା ପାଇଁ ବାନ୍ଧିଥିଲା ଟଙ୍କା । ହେଲେ ଟଙ୍କା ମିଳିବ ମିଳିବ କହି ପ୍ରତିଶ୍ରୁତି ମିଳିଚାଲିଛି । ଲୋକ ନିଜର ଟଙ୍କା ପାଇବାକୁ ଦାବି କରିଥିବା ବେଳେ ଅଫିସରେ ତାଲା ପକାଇ ଚାଲିଯାଇଛନ୍ତି ଅଫିସର । ଆଉ ଅଫିସକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି ଜମାକାରୀ । ଗୋଟିଏ କି ଦୁଇଟି ନୁହେଁ ଜିଳ୍ଲାରେ ଏହିଭଳି ୫ଟି ସାହାରା ଇଣ୍ଡିଆ ଅଫିସରେ ଝୁଲୁଛି ତାଲା । କେବେ ଏହି ଜମାକାରୀଙ୍କୁ ମିଳିବ ଟଙ୍କା ସେ ନେଇ ଅପେକ୍ଷାର ରହିଛନ୍ତି ସେମାନେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us