ବରଗଡରୁ ଆସିଲା ଦୁଃଖଦ ଖବର : ବିଜେପୁର ଥାନା ଅଂଚଳରେ ନିଜ ଝିଅ ଓ ସ୍ତ୍ରୀକୁ ବିଷଦେଇ ବାପାର ଆତ୍ମହତ୍ୟା

ପାରିବାରିକ କଳହ ଅନୁମାନ

243

କନକ ବ୍ୟୁରୋ : ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଚାଲ ଗାଁରେ ଅଭାବନୀୟ ଘଟଣା । ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବିଜେପିରୁ ବ୍ଲକ ଅନ୍ତର୍ଗତ ବେନିଆଚାଲ ଗାଁର ରଥ ମହାନନ୍ଦ ତାଙ୍କ ଝିଅ କବିତା ମହାନନ୍ଦ ଓ ନିଜ ସ୍ତ୍ରୀ କୁମୁଦିନୀକୁ ମହାନନ୍ଦଙ୍କୁ ବିଷଦେଇ ନିଜେ ବିଷ ଦେଇଥିଲେ । ଗୁରୁତର ଅବସ୍ଥାରେ ୩ ଜଣ ଡାକ୍ତ୍ରରଖାନାରେ ପ୍ରାଣ ହରାଇଛନ୍ତି । ଘରୋଇ କଳହ ଯୋଗୁଁ ଏଭଳି ଘଚିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ଛାନଭିନ ଆରମ୍ଭ କରିଛି ।