୬୪ ଦିନରେ ପହଞ୍ଚିଲା ରୁଷ ଓ ୟୁକ୍ରେନ ଯୁଦ୍ଧ । ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡିକ ଉପରେ ରୁଷିଆ ଲଗାଇଲା କଟକଣା । 

267

କନକ ବ୍ୟୁରୋ: ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ କରୁଛି ରୁଷ । ରୁଷ ୟୁକ୍ରେନ ଯୁଦ୍ଧ ଗୁରୁବାର ୬୪ ଦିନରେ ପହଞ୍ଚିଛି । ଏହା ଭିତରେ ୟୁକ୍ରେନ ସାହାଯ୍ୟ କରୁଥିବା ଦେଶମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିିଛି ରୁଷ । ରୁଷ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତେଲ ରପ୍ତାନୀ କରିବା ବନ୍ଦ କରି ଦେଇଛି । ଚର୍ଚ୍ଚା ହେଉଛି କି ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶ ଗୁଡିକପାଇଁ ପ୍ରତିବନ୍ଧକ ସାଜିଛି ରୁଷ । ନାଟୋ ଦେଶ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଲାଣି ରୁଷ ।

୬୪ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ୨ମାସରୁ ଅଧିକ ସମୟ ଧରି ୟୁକ୍ରେନ ଛାତିରେ ବୀଭତ୍ସ କାଣ୍ଡ ଘଟାଇଚାଲିଛନ୍ତି ପୁଟିନ ସେନା । ଏହା ଭିତରେ ୟୁକ୍ରେନ ସାହାଯ୍ୟ କରୁଥିବା ଦେଶମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିିଛି ରୁଷ । ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତେଲ ରପ୍ତାନୀ ବନ୍ଦ କରିଛି ରୁଷ । ସର୍ତ୍ତ କୁ ନମାନିବା ଯୋଗୁଁ ପୋଲାଣ୍ଡ ଓ ବୁଲଗେରିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରେମଲିନ ।

ଅନ୍ୟପଟେ ରୁଷର ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ୟୁରୋପର ୪ଜଣ ଗ୍ୟାସ କ୍ରେତା । ରୁଷରୁ କିଣୁଥିବା ଗ୍ୟାସ ବାବଦକୁ ରୁବେଲ ବା ରୁଷୀୟ ମୁଦ୍ରା ପୈଠ କରିଛନ୍ତି । ଏନେଇ ସୂଚନା ଦେଇଛି ଗାଜପ୍ରମ୍ ବ୍ୟାଙ୍କ ପିଜେଏସସିର ଜଣେ ଅଧିକାରୀ  । ରୁବେଲ ପେମେଣ୍ଟ ପାଇଁ ରୁଷର ଦାବି ପରେ ୧୦ଟି ୟୁରୋପୀୟ କମ୍ପାନୀ ଗାଜପ୍ରମବ୍ୟାଙ୍କ ଆକାଉଁଟ ଖୋଲି ସାରିଛନ୍ତି । ରୁବେଲ ପେମେଣ୍ଟ ଦ୍ୱାରା ୟୁରୋପୀୟ ସଂଘ କଟକଣା ଉଲ୍ଲଂଘନ ହେଉନାହିଁ ବୋଲି କହିଛି ଗାଜପ୍ରମ ବ୍ୟାଙ୍କ । ୨୩ ୟୁରୋପୀୟ ଦେଶକୁ ରୁଷ ପାଇପଲାଇନ ମାଧ୍ୟମରେ ଗ୍ୟାସ ଯୋଗାଇଥାଏ । ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ୟୁରୋପୀୟ ସଂଘ କଡାକଟକଣା ଜାରି କରିଛି । ଯାହା ଫଲରେ ଏପ୍ରିଲ ୧ରୁ ମସ୍କୋ ରୁବେଲ ପେମେଂଟ ଆରମ୍ଭ କରିଛି ।  ଚର୍ଚ୍ଚା ହେଉଛି କି ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶ ଗୁଡିକପାଇଁ ପ୍ରତିବନ୍ଧକ ସାଜିଛି ରୁଷ । ନାଟୋ ଦେଶ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଲାଣି ରୁଷ ।

ଯୁଦ୍ଧ ଚାଲିଥିବାବେଳେ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟରେସ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ । କିଛି ଦିନ ପୂର୍ବରୁ ମସ୍କୋରେ  ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଥିଲେ ଆଂଟୋନିଓ ଗୁଟରେସ । ଦୀର୍ଘ ସମୟର ଆଲୋଚନା ହୋଇଥିଲେ ବି ଏଥିରୁ କୌଣସି ନିର୍ଷ୍କସ ବାହାରିପାରିନଥିଲା । ଯୁଦ୍ଧ ଭିତରେ ଜାତିସଂଘର ଭୂମିକା ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ ଓ ରୁଷ ଯୁଦ୍ଧରେ କିଭଳି ବିରାମ ଲାଗିବ ସେ ଏନେଇ ପ୍ରୟାସ ଜାରି ରଖିଛି ମିଳିତ ଜାତିସଂଘ ।

ଫେବୃଆରୀ ୨୪ ରୁ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ରୁଷ । ୟୁକ୍ରେନର ଅଧିକାଂଶ ସହରର ମାଟିରେ ମିଶି ସାରିଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହା ଭିତରେ ୫୦ଲକ୍ଷରୁ ଉର୍ଦ୍ଧ ୟୁକ୍ରେନବାସୀ ଦେଶ ଛାଡି ପଡୋଶୀ ଦେଶରେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ଯୁଦ୍ଧକୁ ନେଇ ଆମେରିକା ଗୁରୁବାର ତାଜା ବୟାନ ରଖିପାରେ  । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।