ତଳକୁ ତଳକୁ ଖସୁଛି ଋଷୀୟ ମୁଦ୍ରା ରୁବେଲ: ଡଲାର ତୁଳନାରେ ୨୦ ପ୍ରତିଶତ ହ୍ରାସ ପାଇଲା ରୁବେଲ

156

କନକ ବ୍ୟୁରୋ: ଗୋଟିଏ ପଟେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବଢି ଚାଲିଥିବା ବେଳେ ରୁଷିଆର ଅର୍ଥନୀତି ମଧ୍ୟ ଭାଙ୍ଗିବାରେ ଲାଗିଛି । ଆମେରିକା, ବ୍ରିଟନେ, ୟୁରୋପୀୟ ଦେଶ ସହ ଅନେକ ବଡ ବଡ ଦେଶ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ଏବେ ରୁଷିଆର ଅର୍ଥନୀତି ସଙ୍କଟରେ ।ରୁଷିଅ ରୁବେଲ ଡଲାର ତୁଳନାରେ ୨୦ ପ୍ରତିଶତ ହ୍ରାସ ପାଇଛି । ଗୋଟିଏ ଡଲାର ମୂଲ୍ୟ ୧୦୭ ରୁବେଲରେ ପହଂଚିଛି । ମସ୍କୋ ଷ୍ଟକ୍ ଏକ୍ସେଂଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହା ଫଳରେ ରୁଷିଆ ଗଠନ ହେବା ପରେ ଆର୍ଥିକ ଦୃଷ୍ଟି କୋଣରୁ ସବୁଠାରୁ ଅଧିକ କ୍ଷତି ସହିଛି ।

ଗୋଟିଏ ପଟେ ସାମରିକ ଅଧିକାରୀଙ୍କ ସହ ମିଶି ପୁଟିନ୍ ଋଣନୀତି ପ୍ରସ୍ତୁତ କରୁଥିବାବେଳେ ଭାଙ୍ଗିିପଡିଥିବା ଅର୍ଥନୀତିକୁ ସୁଧାରିବାକୁ ଘନଘନ ବୈ÷ଠକ କରୁଛନ୍ତି । ସେପଟେ ରୁଷିଆର ବ୍ୟାଙ୍କ ଆଗରେ ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଛି । ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ ଅର୍ଥନୀତି ପୂରା ଭୁଷୁଡି ଯିବ ଓ ବ୍ୟାଙ୍କରୁ ତାଙ୍କ ଅର୍ଥ ମିଳିବନି । ଯେତେ ଶୀଘ ହେବ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଚାହୁୁଁଛନ୍ତି ରୁଷିଅ ନାଗରିକ ।