କ୍ୟାମେରା ମ୍ୟାନଙ୍କୁ ବଂଚାଇବାକୁ ଯାଇ ଜୀବନ ହାରିଲେ ଋଷ ମନ୍ତ୍ରୀ । ପଥରରେ ମାଡ ହୋଇ ଗଲା ୟୋଭଗେନିଙ୍କ ଜୀବନ

କ୍ୟାମେରା ମ୍ୟାନଙ୍କୁ ବଂଚାଇବାକୁ ଯାଇ ଜୀବନ ହାରିଲେ ଋଷ ମନ୍ତ୍ରୀ । ପଥରରେ ମାଡ ହୋଇ ଗଲା ୟୋଭଗେନିଙ୍କ ଜୀବନ

କନକ ବ୍ୟୁରୋ: ମାନବିକତା ଓ ବଦାନ୍ୟତାର ପରିଚୟ ଦେଇଛନ୍ତି ଋଷର ଜରୁରୀକାଳୀନ ମନ୍ତ୍ରୀ । ଜଣେ ଫଟୋ ଉତ୍ତୋଳନକାରୀ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ଖାତିର କରିନଥିଲେ । ତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜୀବନ ଯେତିକି ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜନତାର ଜୀବନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ପାଇଁ ଜଣଙ୍କ ଜୀବନ ବି କେତେ ଗୁରୁତ୍ୱପୂର୍ଣ୍ଣ ଏହାର ଉଦାହରଣ ଦେଇଛନ୍ତି ଋଷର ଜରୁରୀକାଳୀନ ମନ୍ତ୍ରୀ ୟୋଭଗେନି ଜିନିସେବ ।

ଜଣେ କ୍ୟାମେରା ମ୍ୟାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଋଷିଆର ଜରୁରୀକାଳୀନ ମନ୍ତ୍ରୀ ୟୋଭଗେନି ଜିନିସେବଙ୍କର ମୃତ୍ୟୁ ହୋଇଛି । ନୋରିଲସ୍କ ନିକଟ ଆର୍ଟିକ୍ ସାଗରରେ ବୁଧବାର ସେନା ଅଭ୍ୟାସନର ଚିତ୍ର ଉତ୍ତୋଳନ କରୁଥିବା କ୍ୟାମେରାମ୍ୟାନଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ୟୋଭଗେନି ମଧ୍ୟ ପାଣିକୁ ଡେଇଁଥିଲେ ।ହେଲେ ପାଣିରେ ଥିବା ଏକ ବଡ ପଥରେ ତାଙ୍କ ମୁଣ୍ଡ ମାଡ ହୋଇଯାଇଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

publive-image

୫୫ ବର୍ଷିୟ ୟୋଭଗେନି ସେଠାକୁ ସେନା ଅଭ୍ୟାସର ଅନୁଧ୍ୟାନ କରିବାକୁ ଯାଇଥିଲେ । ସେ ଋଷିଆର ଗୁଇନ୍ଦା ସଂସ୍ଥା କେଜିବିର ସୁରକ୍ଷା ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଏହାସହ ୨୦୦୬ରୁ ୨୦୧୫ ଯାଏଁ ରାଷ୍ଟ୍ରପତି ଭ୍ଲାଦିମିର ପୁିନଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ୟୋଭଗେନି । ପରେ ୨୦୧୮ରେ ଋଷର ଜରୁରୀକାଳୀନ ମନ୍ତ୍ରୀ ପଦରେ ୟୋଭଗେନି ଅଧିଷ୍ଠିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe