କନକ ବ୍ୟୁରୋ: ଋଷିଆ–ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା । ଯୁଦ୍ଧ ଅପରାଧ ଅଭିଯୋଗରେ ଋଷିଆ ରାଷ୍ଟ୍ରପତି ଓ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛି ଆଇସିସି ବା ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟ । ରୁଷିଆର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା ବେଲୋଭାଙ୍କୁ ମଧ୍ୟ ଆଇସିିସି ଅପରାଧୀ ଭାବେ ଘୋଷଣା କରିଛି । ଆଇସିସି କହିଛି, ପୁଟିନ୍ ୟୁକ୍ରେନରେ ୱାର୍ କ୍ରାଇମ୍ କରିଛନ୍ତି । ପୁଟିନଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହେବା ପରେ ବିରୋଧୀ ଦେଶ ଏହାକୁ ସ୍ୱାଗତ ଜଣାଇଛନ୍ତି । ଆମେରିକା କହିଛି ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟର ନିଷ୍ପତି ସମ୍ପୂର୍ଣ୍ଣ ଠିକ୍ ଓ ଅନ୍ୟାୟ ବିରୋଧରେ ଉଚିତ ପଦକ୍ଷେପ । ଆଇସିସିର ନିଷ୍ପତିକୁ ସ୍ୱାଗତ କରି ୟୁକ୍ରେନ କହିଛି ନ୍ୟାୟ ମିଳିବା ଦିଗରେ ଏହା ଏକ ଐତିହାସିକ ନିଷ୍ପତି ଅଟେ । ବ୍ରିଟେନ କହିଛି ଶିଶୁ ଅପରାଧ ଏକ ଜଘନ୍ୟ ଅପରାଧ ଓ କୋର୍ଟଙ୍କ ଫଇସଲା ସମ୍ପୂର୍ଣ୍ଣ ଉଚିତ ଅଟେ ।
ଋଷିଆ–ୟୁକ୍ରେନ୍ ଯୁଦ୍ଧ ଭିତରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା। ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନଙ୍କୁ ଦୋଷୀ ସାବ୍ୟସ୍ତ କଲା ଆଇସିସି।
/kanak/media/post_attachments/wp-content/uploads/2023/03/2-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)