ବିଜେଡିର ବିଜୟ ତତ୍ୱ: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଲେ, ଟଙ୍କା ବାଂଟି ଭୋଟ ପାଇଲା ଶାସକ ଦଳ 

157

କନକ ବ୍ୟୁରୋ: ଭୋଟ ବାକ୍ସରୁ ଯେଉଁଭଳି ଫଳ ବାହାରକୁ ତାହା ସମସ୍ତଙ୍କୁ ଚମକାଇ ଦେଇଛି । ବିଶେଷକରି ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଜେପି ଯେଉଁଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଛି  ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ କନକ ନ୍ୟୁଜର ପଂଚାୟତ ଫଇସଲା କାର୍ଯ୍ୟକ୍ରମରେ ଯୋଗଦେଇ ମୟୂରଭଞ୍ଜ ସାଂସଦ ବିିଶ୍ୱଶ୍ୱର ଟୁଡୁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଶାସକ ଦଳ ଦ୍ୱାରା ବିପୁଳ ଟଙ୍କା ବଂଟା ଓ ବୁଥ ରିଗିଂ ଯୋଗୁଁ ଏହା ସମ୍ଭବ ହୋଇଛି ।

୨୦୧୭ ନିର୍ବାଚନରେ କଂଗ୍ରେସ ଯେତିକି ଜିଲ୍ଲାପରିଷଦ ଜୋନ ଦଖଲ କରିଥିଲା ଏଥର ସେତିକି ଦଖଲ କରିବା କଷ୍ଟକର ହୋଇପଡିବା ଭଳି ଦୁଇ ଦିନର ଟ୍ରେଣ୍ଡ କହୁଛି । ଏପରିକି ସାଧାରଣ ନିର୍ବାଚନରେ କୋରାପୁଟରେ ଯେଉଁ ପ୍ରଦର୍ଶନ କରିଥିଲା ତାହା ମଧ୍ୟ ବଜାୟ ରଖିବା କଷ୍ଟକର ହୋଇପଡିଛି । ପ୍ରଦର୍ଶନକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ବିରୋଧୀ ବିଭିନ୍ନ ଅଭିଯୋଗ ଆଣୁଥିବାବେଳେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ସମୀର ଦାସ  ।