କନକ ବ୍ୟୁରୋ; ମେ ୨୯ ତାରିଖରେ ମୋ ଘର ଯୋଜନା ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ରାଜ୍ୟ ସରକାର । ଗରିବଙ୍କୁ କେମିତି ଖଣ୍ଡେ ପକ୍କା ଘର ମିଳିବ, ସେନେଇ ଏଥିରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ହାଉସିଂ ମିଶନ ପକ୍ଷରୁ ସବୁ ବ୍ୟାଙ୍କକୁ ଚିଠି ଲେଖି ମୋ ଘର ଯୋଜନାର ମାର୍ଗ ପ୍ରଦର୍ଶନ କରିଛନ୍ତି । ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେମାନେ ଏହି ଯୋଜନାର ଲାଭ ନେଇପାରିବେ । କିନ୍ତୁ ସହରାଞ୍ଚଳ କ୍ଷେତ୍ରରେ ଏହି ନିୟମର କିଛି ପରିବର୍ତନ କରିଛନ୍ତି ରାଜ୍ୟ ସରକାର ।

Advertisment

ସହରବାସୀଙ୍କ ପାଇଁ ‘ମୋ ଘର’ ନିୟମ

  • ସହରାଞ୍ଚଳରେ ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ ଅଧିକ ହେଇନଥିବ
  • ଗୋଟିଏ କଠୋରୀ ବିଶିଷ୍ଟ ପକ୍କା ଘରେ ରହୁଥିବା ହିତାଧିକାରୀ
  • ପୂର୍ବରୁ କୌଣସି ସରକାରୀ ଯୋଜନାରେ ୧ଲକ୍ଷରୁ କମ ଟଙ୍କାର ସହାୟତା ପାଇଥିଲେ
  • ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିଆ କିମ୍ବା ପେନସନଧାରୀ ହୋଇନଥିବେ
  • ହିତାଧିକାରୀ ଘର ନିର୍ମାଣ ପାଇଁ ୧ରୁ ୩ଲକ୍ଷ ଟଙ୍କା ଯାଏଁ ୩ଟି ସ୍ଲାବରେ ବ୍ୟାଙ୍କରୁ ଋଣ ଆଣିପାରିବେ
  • ଲକ୍ଷେ ଟଙ୍କା ଋଣରେ ସର୍ବାଧିକ ୪୦ ହଜାର ଟଙ୍କା ଛାଡ ବା ସବସିଡି ମିଳିବ
  • ଦେଢ ଲକ୍ଷ ଟଙ୍କା ଋଣରେ ସର୍ବାଧିକ ୫୫ ହଜାର ଟଙ୍କା ଛାଡ ହେବ
  • ୨ ଓ ୩ ଲକ୍ଷ ଟଙ୍କା ଋଣରେ ସର୍ବାଧିକ ୭୦ ହଜାର ଟଙ୍କା ସବସିଡି